ଆଉ ୨ଦିନ ଘନ କୁହୁଡ଼ି, ୧୯ରୁ ତାପମାତ୍ରା ବଢିବା ସହ ମେଘୁଆ ପାଗ ହେବାର ସମ୍ଭାବନା

add-all

ଭୁବନେଶ୍ୱର: ଆଉ ଦୁଇ ଦିନ ଘନ କୁହୁଡ଼ି। ଦକ୍ଷିଣ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ପଡିବ। ଆଗାମୀ ଦୁଇ ଦିନ ତାପାମତ୍ରାରେ ବିଶେଷ ପରିବର୍ତ୍ତନ ହେବନି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତକାଲି ରାଜଧାନୀ ସମେତ କଟକ, ଚାନ୍ଦବାଲି ପାରାଦୀପ ଓ ପୁରୀରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା। ଫଳରେ ୫୦ ମିଟର ଦୂରତା ପର୍ଯ୍ୟନ୍ତ କିଛି ଦୃଶ୍ୟମାନ ହୋଇନଥିଲା।

ଲୋକମାନଙ୍କ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା। ଘନ କୁହୁଡ଼ି ଯୋଗୁ ବିମାନ ସେବା ବି ବାଧାପ୍ରାପ୍ତ ହୋଇଥିଲା। ସେପଟେ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ବହୁ ଅଧିକ ଥିଲା। ଫଳରେ ଶୀତ ଉଭାନ୍‌ ହୋଇଯାଇଥିଲା। ୧୯ରୁ ତାପମାତ୍ରା ବଢିବା ସହ କୁହୁଡ଼ି ଓ ମେଘୁଆ ପାଗ ହେବାର ସମ୍ଭାବନା ଥିବାରୁ ଅଧିକ ଆଦ୍ରତା ରହିବ।

ad-week
Leave A Reply

Your email address will not be published.