ଡିଲ୍‌ ବେଳେ ମାଡିବସିଲା ଏସଟିଏଫ ଟିମ, ମହାବଳ ବାଘ ଛାଲ ଜବତ ସହ ଜଣେ ଗିରଫ

add-all

ମୟୂରଭଞ୍ଜ: ଏସଟିଏଫ ଟିମକୁ ଵଡ ସଫଳତା। ବାରିପଦା ବନଖଣ୍ଡ ଅନ୍ତର୍ଗତ ଉଦଳା ରେଞ୍ଜର ବିସିପୁର ଗାଁ ନିକଟରୁ ଜନୈକ ବେପାରୀଙ୍କ ସମେତ ମହାବଳବାଘ ଚମଡା ଜବତ କରିଛି। ପୂର୍ବତନ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟଙ୍କ ସୂଚନା ମୁତାବକ ଭୁବନେଶ୍ୱରରୁ ଆସିଥିବା ଏହି ଏସଟିଏଫ ଟିମ ଗତକାଲି ବିଳମ୍ୱିତ ରାତିରେ ଚଢାଉ ବାଘ ଚମଡ଼ା ସହିତ ଆସାମୀକୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତ ହେଲେ ଶ୍ରୀ ଦାମଚନ୍ଦ୍ର ପୁର ଗ୍ରାମର ଫାଗୁ ହାଁସଦା। ଏହି ଚମଡା କିଣିବା ପାଇଁ ୫ ଲକ୍ଷ ଟଙ୍କା ମୁଲଚାଲ କରି ଜାଲ ବିଛାଯାଇଥିଲା। ଜବତ ବାଘ ଚମଡ଼ାର ଲମ୍ବା ପ୍ରାୟ ୭ ଫୁଟ ଏବଂ ଚଉଡା ପ୍ରାୟ ୩ ଫୁଟ ହେବ। ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ପ୍ରାୟ ୧୫-୨୦ ଲକ୍ଷ ହୋଇପାରେ ବୋଲି ଅନୁମାନ କରାଯାଉଛି। ତେବେ ମୃତ ବାଘଟି ୫ ରୁ ୬ ବର୍ଷର ହୋଇଥିବା କୁହାଯାଉଛି।

ad-week
Leave A Reply

Your email address will not be published.