ଲୋକସେବା ଭବନ ଆଗରେ ଫିନାଇଲ ପିଇଲେ ବୃଦ୍ଧା

add-all

ଭୁବନେଶ୍ବର: ଲୋକସେବା ଭବନ ଆଗରେ ଫିନାଇଲ ପିଇଲେ ବୃଦ୍ଧା। ଫିନାଇଲ ପିଇବା ପରେ ବୃଦ୍ଧା ଜଣକ କହିଛନ୍ତି ବିଷ ନପାଇବାରୁ ଫିନାଇଲ ପିଦେଇଲି। ବୃଦ୍ଧାଙ୍କ ନାଁ ରବିନ୍ଦ୍ର ମୋହନ ଦାସ। ଜଗତସିଂହପୁର ରଘୁନାଥପୁରରେ ତାଙ୍କ ଘର।ବୃଦ୍ଧା ଜଣକ କହିଛନ୍ତି ମତେ ଦୁଇ ଜଣ ହଇରାଣ କରୁଛନ୍ତି। ସେ ଦୁଇ ଜଣ ହେଉଛନ୍ତି ଅଜୟ ବାରିକ ଓ ସତ୍ୟ ବ୍ରତ ବେହେରା। କଳିଙ୍ଗ ବିହାରରେ ଦୁଇ ଜଣ ପାର୍ଲର କରିବା ପାଇଁ ସାଢେ ୬ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଟଙ୍କା ତ ଫେରେଇଲେ ନାହିଁ ଓଲଟି ମତେ ମାରିବା ପାଇଁ ଉଦ୍ୟମ ମଧ୍ୟ କରିଛନ୍ତି ।

ତମାଣ୍ଡୋ ଥାନାରେ ବର୍ଷେ ହେଲା ଲିଖିତ ଅଭିଯୋଗ କରିଥିଲି । ସେମାନେ ମଧ୍ୟ ଯେଉଁ ଥାନାରେ କହିଲେ ସେଠି ମଧ୍ୟ ଅଭିଯୋଗ କଲି କିନ୍ତୁ ନ୍ୟାୟ ମିଳିଲାନି। ଫୁଲନଖରା କୁରୁଣ୍ଡ ବୁଧାଶ୍ରମରେ ସେ ରହୁଛନ୍ତି। ସବୁ ଆଡୁ ନିରାଶ ହେବା ଆତ୍ମହତ୍ୟା ଛଡା ଆଉ କୌଣସି ଉପାୟ ରହିଲା ନାହିଁ। ତେଣୁ ମୁଁ ନ୍ୟାୟ ପାଇଁ ଏ ପନ୍ଥା ଆପଣେଇଲି। ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ବୃଦ୍ଧାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।

ad-week
Leave A Reply

Your email address will not be published.