ବସ୍‌ରେ ପିଟିହେଲା ବାଇକ୍‌, ୩ ଯୁବକଙ୍କ ମୃତ୍ୟୁ

add-all

ସୁନ୍ଦରଗଡ଼: ହେମଗିରି ଥାନା ତୁମୁଳିଆ ଛକ ନିକଟରେ ଆଜି ଏକ ଘରୋଇ ଯାତ୍ରୀବାହୀ ବସ୍‌ ସହ ବାଇକ ଧକ୍କା ହୋଇଛି। ଏହି ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଶ୍ୟାମ ଗିଦିଲି (୩୦), ଈଶ୍ୱର ପାଣ୍ଡେ (୩୨) ଓ ଓମ ପ୍ରକାଶ ବିଶ୍ୱାଳ (୩୩)।

ସୂଚନା ଅନୁସାରେ ଯାତ୍ରୀବାହୀ ବସ୍‌ଟି ତୁମୁଳିଆରୁ ବ୍ରଜରାଜନଗରକୁ ଯାଉଥିଲା। ତେବେ ଯାତ୍ରା ଆରମ୍ଭ କରିବାର ଅଳ୍ପ ସମୟ ପରେ ତୁମୁଳିଆ ଛକ ନିକଟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାଇକ୍‌କୁ ଧକ୍କା ଦେବାରୁ ସ୍ଥାନୀୟ ଗୋପାଳପୁର ଅଞ୍ଚଳର ଶ୍ୟାମ ଗିଧିଲି ଓ ଈଶ୍ବର ପାଣ୍ଡେଙ୍କ ମୃତ୍ୟୁ ହୋଇଥିଲା। ଓମପ୍ରକାଶ ଭଇନସାଲଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ପାଇଁ ନିଆଯାଇଥିଲା। ଓମପ୍ରକାଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି। ପୁଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି।

ad-week
Leave A Reply

Your email address will not be published.