ନେହେରୁ ଡ୍ରଗ୍ସ ସେବନ କରୁଥିବା କହିବା ମନ୍ତ୍ରୀଙ୍କୁ ମହଙ୍ଗା ପଡ଼ିଲା; ଉପୁଜିଲା ବିବାଦ

add-all

ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍‌ ନେହେରୁ ଓ ଜାତିର ପିତା ମହାତ୍ମା ଗାନ୍ଧୀ ପୁଅ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋର। ଗାନ୍ଧୀଙ୍କ ପୁଅ ଓ ନେହେରୁ ଡ୍ରଗ୍ସ ସେବନ କରୁଥିଲେ ବୋଲି ମନ୍ତ୍ରୀ କହିବା ପରେ ତାଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ଲୋକେ।

ରାଜସ୍ଥାନର ଭରତପୁରରେ ‘ନଶା ମୁକ୍ତି ଜାଗରଣ ଅଭିଯାନ’ କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ସେ କହିଥିଲେ ଯେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଜଣେ ଡ୍ରଗ୍ସ ସେବକ ଥିଲେ, ସେ ସିଗାରେଟ୍‌ ଟାଣୁଥିଲେ। କେବଳ ତାଙ୍କ ବିଷୟରେ ନୁହେଁ, ସମାନ ଅଭିଯୋଗ ସେ ମହାତ୍ମା ଗାନ୍ଧୀଙ୍କ ପୁଅ ବିରୋଧରେ ବି ଆଣିଥିଲେ।

‌ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ସେ କହୁଛନ୍ତି, ‘ଜବାହାରଲାଲ ନେହେରୁ ଡ୍ରଗ୍ସ ନେଉଥିଲେ, ସିଗ‌ାରେଟ୍‌ ଟାଣୁଥିଲେ। ମହାତ୍ମା ଗାନ୍ଧୀଙ୍କର ବି ଜଣେ ପୁଅ ନିଶା ନେଉଥିଲେ। ଡ୍ରଗ୍ପ ଶବ୍ଦ ପୂରା ବିଶ୍ବକୁ କବ୍‌ଜା କରି ରଖିଛି। ସମସ୍ତ ଗଣମାଧ୍ୟମ ବନ୍ଧୁଙ୍କୁ ଆମର ନିବେଦନ ନିଶାରୁ ହେଉଥିବା ସମସ୍ୟା ସବୁକୁ ନେଇ ଯେତେ ଅଧିକ ଭୟ ଆପଣ ଲୋକଙ୍କ ମନରେ ସୃଷ୍ଟି କରିବେ ଯେପରି ବିଷର ଦୋନାକ ନାହିଁ ସେପରି ନିଶା ଦୋକାନ ବି ବନ୍ଦ ହେଇଯିବ।’

ad-week
Leave A Reply

Your email address will not be published.