ସ୍କୁଲ୍‌ ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ଼ କରିଥିବା ବ୍ୟକ୍ତିକୁ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ: ଗମ୍ଭୀର

add-all

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଦ୍ବାରକାରେ ଜଣେ ସ୍କୁଲ୍ ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ଼ ଘଟଣା ଉପରେ ନିଜର ମତ ରଖିଛନ୍ତି କ୍ରିକେଟ୍‌ ତାରକା ତଥା ବିଜେପି ସାଂସଦ ଗୌତମ ଗମ୍ଭୀର। ସେ କହିଛନ୍ତି କି ଏପରି ଏକ ଘଟଣାରେ ଦୋଷୀକୁ ସର୍ବସାଧାରଣରେ ମୃତ୍ୟୁ ଦଣ୍ଡ ଦିଆଯିବା ଉଚିତ। ପୂର୍ବ ଦିଲ୍ଳୀର ଲୋକସଭା ସାଂସଦ ଗମ୍ଭୀର ଏହି ଘଟଣାକୁ ନିନ୍ଦା କରି ଆହୁରି ବି କହିଛନ୍ତି କି ଏଭଳି ଘଟଣା ଘଟାଉଥିବା ଅପରାଧୀଙ୍କ ମନରେ ଅସହ୍ୟ ଦଣ୍ଡର ଭୟ ସୃଷ୍ଟି ହେବା ଉଚିତ। ଶବ୍ଦ କେବେ ବି ନ୍ୟାୟ ଦେଇପାରେନା। ଆମକୁ ସେମାନଙ୍କ ମନରେ ଭୟ ସୃଷ୍ଟି କରିବାକୁ ପଡ଼ିବ। ସେ ଏକ ଟ୍ବିଟ୍‌ ପୋଷ୍ଟ୍‌ ଜରିଆରେ ଏହି ସୂଚନା ଦେଇଛନ୍ତି।
ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଦ୍ବାରକାରେ ଗତକାଲି ଜ‌ଣେ ସ୍କୁଲ୍‌ ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ଼ ହୋଇଛି। ଛାତ୍ରୀ ଜଣଙ୍କ ଏବେ ସଫଦରଜଙ୍ଗ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ମୁହଁର ୮ ପ୍ରତିଶତ ଜଳି ଯାଇଛି। ଆଖି ମଧ୍ୟ ପ୍ରଭାବିତ ହୋଇଛି। ଛାତ୍ରୀଙ୍କ ବୟସ ୧୭। ୨ ଜଣ ଯୁବକ ଆଜି ବାଇକ୍‌ରେ ଆସି ତାଙ୍କ ଉପରେ ଏସିଡ୍‌ ଆକ୍ରମଣ କରିଥିଲେ।

ଉକ୍ତ ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ପୀଡ଼ିତା ଛାତ୍ରୀଙ୍କ ବାପା କହିଛନ୍ତି, ମୋର ଦୁଇ ଝିଅ ଆଜି ସକାଳ ୭.୩୦ ସମୟରେ ସ୍କୁଲ୍‌ ଯାଇଥିଲେ। ତେବେ ସେମାନେ କିଛି ବାଟ ଚାଲିକି ଯିବାପରେ ଦୁଇ ଜଣ ଦୁର୍ବୃତ୍ତ ଆସି ମୋ ବଡ଼ ଝିଅ ଉପରକୁ ଏସିଡ୍‌ ପକାଇଥିଲେ। ତେବେ ତାଙ୍କ ଝିଅର କାହା ସହ ଶତ୍ରୁତା ନଥିବା କି କେହି ତାଙ୍କୁ ହଇରାଣ କରିନଥିବା ସେ କହିଛନ୍ତି।

ad-week
Leave A Reply

Your email address will not be published.