ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ୮ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ବଡ଼ଦିନ ଓ ନୂଆଁବର୍ଷ ପର୍ବ ପାଳନ ନେଇଁ ଶାନ୍ତି ଜମିଟି ବୈଠକ…

add-all

ଦାରିଙ୍ଗବାଡ଼ି :୧୬/୧୨, କନ୍ଧମାଳ ଜିଲା, ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳର ଜନ ପ୍ରତିନିଧି, ଗ୍ରାମ ମୁଖିଆ, ବଣିକ ସଙ୍ଘ, ସ୍ବେଚ୍ଛା ସେବୀ, ବ୍ଲକ ଅଞ୍ଚଳ ହ୍ୟୁମାନରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ସଦସ୍ୟଙ୍କୁ ନେଇଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଥାନା ସଭା ଗୃହରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ପଞ୍ଚାୟତ ପ୍ରତିନିଧି, ବଣିକ ସଙ୍ଘ କର୍ମ କର୍ତ୍ତା,ସ୍ବେଛାସେବୀ ଅନୁଷ୍ଠାନ ସଭ୍ୟ ବୃନ୍ଦ, ସାମାଜିକ କର୍ମୀ ଓ ଗ୍ରାମ ମୁଖିଆ ମାନେ ଅଞ୍ଚଳରେ ବଡ଼ ଦିନ ପର୍ବ ଓ ନୂଆଁ ବର୍ଷ ପାଳନରେ ଶାନ୍ତି ସ୍ଥାପନ ପାଇଁ ନିଜ ନିଜ ମତ ସାବ୍ୟସ୍ତ କରିଥିଲେ। ମୁଖ୍ୟ କରି ବଡ ଦିନ ପର୍ବ ୨୪-୨୫ ରିଖଦିନ ଠାରୁ ନୂଆ ବର୍ଷ ପାଳନ ୧ତାରିଖ ଯାଏ , ଦିବା ରାତ୍ରି ପେଟ୍ରୋଲିଂ ସହିତ ମଦୁଆ ମାନଙ୍କୁ ତାଗିଦ କରିବାକୁ ନିଜ ନିଜ ମତ ସାବ୍ୟସ୍ତ କରିଥିଲେ। ଥାନା ଅଧିକାରୀ ଅଞ୍ଚଳ ବାସୀଙ୍କ ମତା ମତକୁ ସମ୍ମାନନ ଜଣାଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉପ ନିରୀକ୍ଷକ ଅମରେନ୍ଦ୍ର ସୁବୁଦ୍ଧି ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ। ଥାନା ପକ୍ଷରୁ ଜଳପାନର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଥାନା ସହକାରୀ ଉପନିରୀକ୍ଷାକ, ରାଇଟର, ହାବିଲଦାର ସମେତ ଶାନ୍ତି ରକ୍ଷା ଓ ଗୃହରକ୍ଷୀ ସମୂହ ଉପସ୍ଥିତ ରହି ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.