
ଦାରିଙ୍ଗବାଡ଼ି, ୧୬/୧୨, କନ୍ଧମାଳ ଜିଲ୍ଲା ପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ବାନାଞ୍ଚଳ ଅଧିକାରୀ ବିରେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜଙ୍ଗଲ ନିଆଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅଞ୍ଚଳର ଆଠଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ-ସଭ୍ୟା, ଞ୍ଜାର୍ଡ଼ସଭ୍ୟ, ଅଞ୍ଚଳର ସ୍ବେଛାସେବୀ, ଗାଁ ମୁଖିଆମାନେ ଉପସ୍ଥିତ ରହିଥିଲେ। ଆମ ଗାଁ ସ୍ବେଛାସେବୀ ଅନୁଷ୍ଠାନର ସମ୍ପାଦକ କିଶୋର ବଳିୟାରସିଂ, ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଡିଫେଣ୍ଡଡର ମାନବାଧିକାର କର୍ମୀ ଲଷ୍ମୀକାନ୍ତ ରାଜଗୁରୁ,ବିକ୍ରମା ଦିତ୍ୟ ବସ୍ତିରାୟ, ପୂର୍ବତନ ସରପଂଚ ଦିବ୍ୟସିଂହ ପାତ୍ର, ଗଣ
ମାଧ୍ୟମ ପ୍ରତିନିଧି ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ସମୁହଁ ଉପସ୍ଥିତ ଥିଲେ। ବୈଠକ ପ୍ରାରମ୍ଭରେ ଗଦାପୁର ବନପାଳ ଅଞ୍ଜନ କୁମାର ନାୟକ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ। ଏହା ସହିତ ଜଙ୍ଗଲ ନିଆଁ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସହ ପରିବେଶ ସନ୍ତୁଳନ ରକ୍ଷା କରିବା ସମ୍ପର୍କରେ ଅତିଥି ମାନେ ନିଜ ବକ୍ତବ୍ୟ ରଖିଥିଲେ। ଏହାପରେ ଉପସ୍ଥିତ ସମସ୍ତ ମାନ୍ୟ ଗଣ୍ୟ ବ୍ୟକ୍ତି ସମୂହ ନିଆଁ ଦାଉରୁ ଜଙ୍ଗଲ ପୋଡ଼ିକୁ ରୋକିବା ନେଇ ସାମୁହିକ ଶପଥ ପାଠ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ବ୍ରାହ୍ମଣୀଗାଁ ଅତିରିକ୍ତ ବାନପାଳ ଦୀପକ ରଞ୍ଜନ ପଟ୍ଟନାୟକଙ୍କ ସମେତ ସମସ୍ତ ବନ କର୍ମଚାରୀ ସହଯୋଗ କରିଥିଲେ।