
ଦାରିଙ୍ଗବାଡି : ୧୬/୧୨, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିମନବାଡ଼ି ପାଟଖଣ୍ଡା ଖେଳ ପଡିଆ ଠାରେ ରାମ ନାୟକ ମେମୋରିଆଲ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ନେତାଜୀ ଆଥଲେଟିକ୍ ସଂଘ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜୋନ କରାଯାଇଛି । ମୁଖ୍ୟ ଅତିଥି ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିବା ବେଳେ ଅତିଥି ଭାବେ ବାଡ଼ାବାଙ୍ଗା ସରପଞ୍ଚ ପ୍ରସନ୍ନ ପ୍ରଧାନ, ସିମନବାଡି ସମିତି ସଭ୍ୟ ସାଧୁ ନାୟକ, ଜିଲ୍ଲା ପରିଷଦ ସଭ୍ୟ ରଞନ ପ୍ରଧାନ, ଏଏସଆଇ ଏସ.ଶ୍ରୀନିବାସ ରାଓ,ରୂପକ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ରାମ ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ପ୍ରଥମ ଦିନରେ ଖୋର୍ଦ୍ଧା ଓ ବୌଦ୍ଧ ଟିମ ମଧ୍ୟରେ ଖେଳ ହୋଇଥିବା ବେଳେ ବୌଦ୍ଧ ଟିମ ଖୋର୍ଦ୍ଧା ଟିମକୁ ହରାଇ ୦-୨ ଗୋଲରେ ବିଜୟ ହୋଇ ସେମିଫାଇନାଲକୁ ପ୍ରବେଶ କରିଥିଲା । ସେହିପରି ଅନୁଗୁଳ ଗୋଲ୍ଡେନ ଟିମ ସହ ସିମନବାଡି ଟିମ ମଧ୍ୟରେ ଖେଳ ହୋଇଥିବା ବେଳେ ସିମନବାଡି ଟିମ ଅନୁଗୁଳର ଗୋଲ୍ଡେନ ଟିମକୁ ହରାଇ ୦-୧ ଗୋଲରେ ବିଜୟ ହୋଇ ସେମିଫାଇନାଲକୁ ପ୍ରବେଶ କରିଥିଲା । ବୌଦ୍ଧ ଓ ସିମନବାଡି ଟିମ ମଧ୍ୟରେ ସେମିଫାଇନାଲ ଖେଳ ହୋଇଥିବା ବେଳେ ବୌଦ୍ଧ ଟିମ ସିମନବାଡି ଟିମ ୧-୧ ଗୋଲ କରିଥିଲେ । ଦୁଇ ଟିମ ମଧ୍ୟରେ ପେନାଲ୍ଟି ସଟ ହୋଇଥିଲା । ସିମନବାଡି ଟିମ ପେନାଲ୍ଟି ସଟ ରେ ବିଜୟ ହୋଇ ଫାଇନାଲ ମ୍ୟାଚକୁ ପ୍ରବେଶ କରିଛି । ସିମନବାଡି ନେତାଜୀ ଆଥଲେଟିକ ସଂଘ ସଭାପତି ନାଗେଶ୍ଵର ରାଓ ସୁବୁଦ୍ଧି ଙ୍କ ତତ୍ୱାବଧାନ କ୍ରମେ ସମ୍ପାଦକ ଶୁକଦେବ ପ୍ରଧାନ ଏହାର ପରିଚାଳନା କରିଥିବା ବେଳେ ଅମର ନାୟକ, ପାପୁ ନାୟକ, ଜଗନ୍ନାଥ ନାୟକ, ଶିଶିର ପରିଛା,ପିନସ ପ୍ରଧାନ, ଦେବାଶିଷ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।