ବୁଗୁଡା ବ୍ଳକ ସ୍ତରୀୟ ଧାନମଣ୍ଡିର ଶୁଭାରମ୍ଭ…

add-all

 
ବୁଗୁଡା ବୁଗୁଡା ବ୍ଳକ ଅନ୍ତର୍ଗତ ଏ.କରଡାବାଡି ସେବା ସମବାୟ ସମିତିରେ ଶୁକ୍ରବାର ଦିନ ଆନୁଷ୍ଠାନିକ ଭାବେ ବ୍ଳକ ସ୍ତରୀୟ ଧାନ ମଣ୍ଡିର ଶୁଭାରମ୍ଭ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ତହସିଲଦାର ସଂଗ୍ରାମ କେଶରୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଣ୍ଡି ଉଦ୍ଘାଟନ କରିବା ସହ ବ୍ଳକରେ ମଣ୍ଡି ଖୋଲିବା ନେଇ ଘୋଷଣା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ଳକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବିଡିଓ ବାସୁଦେବ ନାୟକ, ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ, ଏ.କରଡାବାଡି ସରପଞ୍ଚ ରିଙ୍କି ଦାଶ, ସମିତି ସଭ୍ୟା ଶିବାନୀ ନାୟକ, ପୋଚାଲୁଣ୍ଡି ସରପଞ୍ଚ ସୁଜାତା କୁମାରୀ ପ୍ରଧାନ,ସମିତି ସଭାନେତ୍ରୀ ଭାଗ୍ଯବତୀ ଗୌଡ,ସୁଧାଂଶୁ ଶେଖର ପାଢୀ , ମଦନଗୋପାଳ ଦୋରା,କୈଳାଶ ଚନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ଯ ଲୋକପ୍ରତିନିଧିମାନେ ଯୋଗ ଦେଇଥିଲେ। ଏମ୍ଆଇ ହେମନ୍ତ କୁମାର ପ୍ରଧାନଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେବା ସମବାୟ ସମିତିର ସମସ୍ତ ସଭାପତି ଓ ସଂପାଦକଙ୍କ ସମେତ ୩୦୦ରୁ ଅଧିକ ଚାଷୀ ଉପସ୍ଥିତ ଥିଲେ।  ପରିଚାଳନାରେ ସଂପାଦକ ଚିତ୍ରସେନ ସେଠୀ ସହଯୋଗ କରିଥିଲା ବେଳେ ଶେଷରେ ଅନ୍ଯତମ ସଂପାଦକ ପୂର୍ଣ୍ଣଚନ୍ଦ୍ର ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.