ନ୍ୟାୟ ଅପେକ୍ଷାରେ ଭିନ୍ନକ୍ଷମ ଲିଜ଼ା ଗୋଲଦାର : ଦୁଃଖିନୀ ର ଆଖିରୁ ଶୁଖୁନି ଲୁହ..

ଧୃତରାଷ୍ଟ୍ର ସାଜିଛି ପ୍ରଶାସନ…!

Independence


ଉମରକୋଟ : ଦୁନିଆରେ ସାଧାରଣ ହୋଇ ଅବା ଭିନ୍ନକ୍ଷମ ହୋଇ ଜନ୍ମ ଗ୍ରହଣ କରିବା କଣ ପାପ, ତା’ପାଇଁ ଦାୟୀ କିଏ..? ପିତା ମାତା,ପ୍ରକୃତି ନା ଭଗବାନ୍ !! ହୁଏତ ଉତ୍ତର ଅନେକ କିଛି ହୋଇପାରେ । ତଥାପି ଭିନ୍ନକ୍ଷମ ମାନେ କଣ ବଞ୍ଚିବା ପାଇଁ ଚେଷ୍ଟା କରୁ ନାହାନ୍ତି, ମୁଁ ଭଲ ପାଠ ପଢ଼ି ଅନ୍ୟ ସାଧାରଣ ମଣିଷଙ୍କ ପରି ସମସ୍ତଙ୍କ ସାଥିରେ ଚଳିବି ଏବଂ ସ୍ବାବଲମ୍ବୀ ହୋଇ ସମାଜରେ ସମ୍ମାନର ସହ ବଞ୍ଚିବି । ଏମିତି ଏକ ଇଚ୍ଛା ଶକ୍ତି ନେଇ ଜଣେ ଭିନ୍ନକ୍ଷମ ପ୍ରଚେଷ୍ଟା କରି ବିଫଳ ହେଲା ପରେ ତାଙ୍କର ଦୁଃଖ ପୂର୍ଣ୍ଣ କାହାଣୀ ଆମ ନିଃସର୍ତ୍ତ ନିୟୁଜ ପ୍ରତିନିଧିଙ୍କ ଆଗରେ କାନ୍ଦି କାନ୍ଦି ନିଜ ଅନୁଭୂତି ବୟାନ ରଖିଛନ୍ତି l

ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଝରୀଗାଁ ବ୍ଲକର ୨୨ ନମ୍ବର ଗ୍ରାମ କୋଦଭାଟାର ସଂଜୟ ଗୋଲଦାରଙ୍କ ଝିଅ ଲିଜା ଗୋଲଦାର ଜଣେ ଭିନ୍ନକ୍ଷମ । ଦିନେ କିନ୍ତୁ ସେ ମଧ୍ୟ ଭଲ ପାଠ ପଢ଼ି ମଣିଷ ହେବାର ସପ୍ନଟିଏ ଦେଖିଥିଲେ l ୨୦୧୯ରେ ସ୍କୁଲ ଅଫ ସେକେଣ୍ଡାରୀ ପରୀକ୍ଷାରେ ଭଲ ନମ୍ବର ପାଇ ଉତ୍ତିର୍ଣ୍ଣ ହେବା ପରେ ଉଚ୍ଚ ଶିକ୍ଷା ନିମନ୍ତେ ୨୦୧୯-୨୧ ଶିକ୍ଷା ବର୍ଷରେ ତିଳୋତ୍ତମା କଲେଜ ବୋକଡ଼ାବେଡ଼ାରେ +୨ ବିଜ୍ଞାନରେ ଆଡ଼ମିସନ ହୋଇ ୨୦୨୧ରେ +୨ବିଜ୍ଞାନରେ ମଧ୍ୟ କୃତିତ୍ତ୍ଵ ଲାଭ କରି ନର୍ସ ଟ୍ରେନିଂ କରିବା ନିମନ୍ତେ ଧୋଦ୍ରା B.Sc ନର୍ସିଂ କଲେଜରେ ୨୦୨୨ରେ (୨୪,୫୦୦/-)ଚବିଶ ହଜାର ପାଞ୍ଚ ଶହ ଟଙ୍କା ଦେଇ ଆଡ଼ମିସନ ହେଇଥିଲେ l ଲିଜାର ପିତା ନିହାତି ଏକ ଗରିବ ପରିବାର ହେଇଥିବାରୁ ଝିଅର ଇଚ୍ଛା ଶକ୍ତି ଆଗରେ ହାର ମାନି ଜେନ ତେନ ପ୍ରକାରେ କରଜ ଉଧାର କରି ଏହି ନର୍ସିଂ କଲେଜରେ ଭର୍ତ୍ତି କରିଥିଲେ l କଲେଜରେ ଭର୍ତ୍ତି ହେବା ସମୟରେ କଲେଜର ମ୍ୟାନେଜିଙ୍ଗ ଡାଇରେକ୍ଟର ପ୍ରସାଦ ଛାଟୋଇ କଲେଜର ନିୟମ କାନୁନ ବିଷୟରେ କିଛି ଅବଗତ ନ କରାଇ ଆଡ଼ମିସନ କରାଇଥିଲେ l କିନ୍ତୁ ଆଡ଼ମିସନ ପରେ ପରେ ଲିଜାର ଦେହ ଖରାପ ହେବା ଯୋଗୁଁ ଝିଅକୁ ଧରି ଝିଅର ପିତା ସଂଜୟ ଗୋଲଦାର ଭୁବନେଶ୍ୱର ପରେ ବିଶାଖାପାଟଣାକୁ ନେଇ ଚିକିତ୍ସା କରାଉଥିଲେ । ଇତି ଅବସରରେ ପ୍ରାୟ ଛଅ ମାସ ଆଉ କଲେଜ ଯାଇ ପାରିଲେ ନାହିଁ ଲିଜା l ସଂଜୟ ଗୋଲଦାରଙ୍କ ଆର୍ଥିକ ଅନଗ୍ରସରତା ଝିଅକୁ ପାଠ ପଢ଼ିବାରେ ଅସମର୍ଥ ହୋଇ ଯିବା କାରଣରୁ ଝିଅର ସାର୍ଟିଫିକେଟ ପାଇଁ କଲେଜର ମ୍ୟାନେଜିଙ୍ଗ ଡାଇରେକଟର ପ୍ରସାଦ ଛାଟୋଇଙ୍କ ସହିତ ଆଲୋଚନା କରିବାରୁ ପ୍ରସାଦ ଛାଟୋଇ କହିଛନ୍ତି ନର୍ସ ଟ୍ରେନିଂର ସବୁତକ ଟଙ୍କା ବାନ୍ଧି ଲିଜା ସାର୍ଟିଫିକେଟ ନେଇ ଯାଇ ପାରନ୍ତି । ଏହା କହି ଲିଜା ଓ ଲିଜାର ପିତାଙ୍କୁ ଗାଳି ଗୁଲଜ କରି କଲେଜେରୁ ତଡ଼ି ଦେଲେ । ନିରୁପାୟ ହୋଇ ସଂଜୟ ଗୋଲଦାର ଓ ଲିଜା ଗୋଲଦାର ୦୩/୧୧/୨୦୨୨ରେ ଏକ ଲିଖିତ ଅଭିଯୋଗ ଉମରକୋଟ ପୋଲିସ ଷ୍ଟେସନରେ ଦାଖଲ କରିଥିଲେ । ଯାହାର ଏକକିତା ନକଲ ଜିଲ୍ଲାପାଳ , ନବରଙ୍ଗପୁର, SP ନବରଙ୍ଗପୁର ଓ ନିର୍ଦ୍ଦେଶକ ଓଡ଼ିଶା ନରସିଂ କାଉନସିଲଙ୍କ ଗୋଚରାର୍ଥେ ପ୍ରେରଣ କରିଛନ୍ତି l ଲିଜା ଗୋଲଦାର ଏହାର କୌଣସି ସନ୍ତୋଷ ଜନକ ଉତ୍ତର ପ୍ରଶାସନ ତଥା କତୃପକ୍ଷଙ୍କ ତରଫରୁ ନ ପାଇଥିବା ଖୋଦ୍ ପ୍ରକାଶ କରିଛନ୍ତି ଲିଜା । ଗୋଟିଏ ପାଖରେ ଭିନ୍ନକ୍ଷମତା କାରଣରୁ ନିଜର ଦୁର୍ବିସହ ଓ ଅନ୍ଧାରମୟ ଜୀବନ ବିତାଉଛନ୍ତି ତା’ପରେ ପରିବାର ନିକଟରେ ” ବୋଝ ଉପରେ ନଳିତା ବିଡ଼ା ” ପାଲଟି ଯାଇଥିବା କାନ୍ଦି କାନ୍ଦି ତାଙ୍କର ଦୁଃଖ ବେଦନା ପ୍ରକାଶ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ଲିଜାଙ୍କୁ ମିଳୁଛି ନ୍ୟାୟ !! କେବେ ଲିଜା ସ୍ବାବଲମ୍ବୀ ହେବେ !! ତାଙ୍କର ପଢ଼ା କ୍ଷେତ୍ରରେ ଅନୁଷ୍ଠାନ କର୍ତ୍ତୃପକ୍ଷ ଓ ପ୍ରଶାସନ କିପରି ସେମାନଙ୍କର ଦାୟିତ୍ଵ ନିଭାଉଛନ୍ତି ।

( ଉମରକୋଟ,ପ୍ରତିନିଧି ରସିକ ସରକାର )

ad-week
Leave A Reply

Your email address will not be published.