ହିଞ୍ଜିଳିକାଟୁ ୧୯।୧୨ : ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଗ୍ରାମ ବୈଷ୍ଟବ ତୋଟା ସାହିରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁ ଘରେ ଝିଅ କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ସୁଦଷ୍ଟା ପରିଡା (୨୪) ଙ୍କ ମା ବାସନ୍ତୀ ପରିଡା ଏପରି ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କୋଦଳା ଥାନା ବି ନୁଆପଲି ଗାଁର ବାସନ୍ତୀ ପରିଡା ଙ୍କ ଝିଅ ମୃତ ସୁଦଷ୍ଟା ପରିଡାଙ୍କ ବାହାଘର ଗତ ୪ ବର୍ଷ ତଳେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ରାଳବ ଗ୍ରାମର ଵୈଷ୍ଟବ ତୋଟା ସାହି ଆମର ପରିଡା ଙ୍କ ସହ ହୋଇଥିବା ବେଳେ ବାହାଘର ପରଠାରୁ ପରିବାରରେ କଳହ ଲାଗି ରହୁଥିଲା। ଯାହାକୁ ନେଇ ସୋମବାର ମଧ୍ୟାହ୍ନ ରେ ଘରୁ ସମସ୍ତ ସଦସ୍ୟ ବିଲ କାମକୁ ଗଲା ପରେ ସୁଦଷ୍ଟା ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସ୍ବାମୀ ଅମର କହିଛନ୍ତି ।ପାଖରେ ଦୁଇ ବର୍ଷ ର ଝିଅ ଶୋଇଥିବା ବେଳେ ସ୍ଵାମୀ ଅମର କବାଟ ଖୋଲି ଭିତରକୁ ପ୍ରବେଶ କରିବା ବେଳେ ସୁଦଷ୍ଟା ତାଜା ହୁକରେ ଚୁନି ଲଗେଇ ଝୁଲୁଥିବା ଦେଖି ପାଖ ପଡ଼ୋଶୀ ଙ୍କୁ ଡାକି ସୁଦଷ୍ଟା ଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସୁଦଷ୍ଟା ଙ୍କୁ ମୃତ ଘୋଷଣା କରିଥିଲେ।ଅମର ଶାଶୁ ଘର ଲୋକଙ୍କୁ ଖଵର ଦେଇଥିଲେ ଓ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ କାର୍ଯ୍ୟରତଡାକ୍ତର ଏ ନେଇ ହିଞ୍ଜିଳି ଥାନାରେ ଜଣାଇଥିଲେ ।ସେପଟେ ମୃତ ମହିଳାଙ୍କ ବାପ ଘର ଏ ନେଇ ହିଞ୍ଜିଳିକାଟୁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ସୁଦଷ୍ଟା ଙ୍କୁ ତାଙ୍କ ଶାଶୁଘର ଲୋକ ସବୁବେଳେ ବାଡ଼ା ମରା କରିବା ସହିତ ଅସହ୍ୟ ନିର୍ଯାତନା ଦେଉଥିଲେ । ଏଣୁ ଝିଅକୁ କୁ ତାର ଶ୍ୱଶୁର ଘର ଲୋକ ମାରି ଦେଇଛନ୍ତି ବୋଲି ଝିଅର ମାଁ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତ ସୁଦଷ୍ଟା ଙ୍କ ଶଵ କୁ ଜବତ କରିବା ସହ ହିଞ୍ଜିଳି ଥାନା ରେ୭୧୧।୨୨ ମାମଲା ରୁଜୁ କରି ସ୍ବାମୀ ଆମର ପରିଡା ଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ଥାନାଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି ।
