ରିପବ୍ଲିକ ଓଡିଶା ତରଫରୁ ସମର୍ଦ୍ଧିତ ହେଲେ ଡ଼ଃ ନୃସିଂହାନନ୍ଦ ମହାପାତ୍ର

add-all

ଫୁଲବାଣୀ : କନ୍ଧମାଳର ଜଣାଶୁଣା ସାହିତ୍ୟିକ, ଶିକ୍ଷାବିତ ଓ ଗବେଷକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ଓଡ଼ିଶାର ରାଜ ମିଡ଼ିଆ ଲକ୍ଷ୍ମୀ ଟେଲିଭିଯନ ନେଟୱାର୍କ ର “ରିପବ୍ଲିକ ଓଡିଶା ଚେନେଲ ” ସମର୍ଦ୍ଧିତ କରିଛି l ଭୁବନେଶ୍ୱରରେ ଲୋହିଆ ଏକାଡେମୀ ପରିସରରେ ଆୟୋଜିତ ତାର ଷଷ୍ଠ ସ୍ଵନକ୍ଷତ୍ର ଉତ୍ସବ ଅବସରରେ ଅନ୍ୟ ବରଣ୍ୟ ସାଧକଙ୍କ ସହ ଡ଼ଃ ମହାପାତ୍ରଙ୍କୁ ସମାଜସେବା ପାଇଁ ମାନପତ୍ର ଓ ଉପଢୌକାନ ପ୍ରଦାନ କରାଯାଇଛି ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତରେ ଆୟୋଜିତ ଏହି ଗଣମାଧମର ଆଲୋଚନା ଚକ୍ର ଓ ସମର୍ଦ୍ଧନ ପର୍ବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା ଉଦଘାଟକ ଭାବେ ଯୋଗଦେଇଥିଲା ବେଳେ ମୁଖ୍ୟଅତିଥି ଭାବେ ଓଡ଼ିଶାର ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ଅଧୀର କୁମାର ଜେନା, ପ୍ରଦୀପ କୁମାର ମାଝୀ, ଅମୀୟ କୁମାର ପଟ୍ଟନାୟକ, ହେମନ୍ତ କୁମାର ରଥ,ନିଶିକାନ୍ତ ମହାପାତ୍ର, ସୁଜ୍ଞାନ କୁମାର ଚୌଧୁରୀ, ବିଚାରପତି ବସନ୍ତ କୁମାର ପଢିଆରି, ପୂର୍ବତନ ସାଂସଦ କବି ତଥା ରାଜ୍ୟ ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀ ପ୍ରସନ୍ନ୍ନ କୁମାର ପାଟଶାଣୀ, ସୁଭାଶିଷ ମିଶ୍ର, ସତୀଶ କୁମାର ବିଶ୍ୱାଳ, ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଦିଲୀପ କୁମାର ପଣ୍ଡା ଓ ଦିଲୀପ କୁମାର ମହାପାତ୍ର ଉପସ୍ଥିତ ଥିଲା ବେଳେ ରାଜ ମିଡ଼ିଆ ଲକ୍ଷ୍ମୀ ଟେଲିଭିଜନ ନେଟୱାର୍କର ନିର୍ଦେଶକ ରାକେଶ କୁମାର ମହାନ୍ତି, ଉପାଧ୍ୟକ୍ଷ ସସ୍ମିତା ଦାସ ପ୍ରତିଷ୍ଠାତା ସଦସ୍ୟ ସୁଧାଂଶୁ ଶେଖର ମହାପାତ୍ର ଓ ‘ଶୁଭମ’ର ସମ୍ପାଦକ ପ୍ରମୋଦ କିଶୋର ପରିଡା ପ୍ରମୁଖ ପରିଚାଳନା କରିଥିଲେ l ଡ଼ଃ ମହାପାତ୍ର ପୁଲବାଣୀ ଆଇ ଟି ଆଇ ର ସହକାରୀ ତାଲିମ ଅଧିକାରୀ l ଜଣେ ସୂ ସାହିତ୍ୟିକ ଭାବେ ଓଡ଼ିଶାରେ ପ୍ରସିଦ୍ଧ ଲାଭ କରିଥିଲା ବେଳେ ତାଙ୍କର କୋଡିଏରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶିତ ହୋଇ ସାରିଛି l ତାଙ୍କୁ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସ୍ୱାଗତ ଜଣାଇଛନ୍ତି l ବର୍ତ୍ତମାନ ଗବେଷଣା କାର୍ଯ୍ୟରେ ଦିଲ୍ଲୀରେ ଥିବା ବେଳେ ତାଙ୍କ ସାନ ଭାଇ ପ୍ରମୋଦ କୁମାର ମହାପାତ୍ର ଏହି ପୁରସ୍କାରଟି ଗ୍ରହଣ କରିଛନ୍ତି l

ad-week
Leave A Reply

Your email address will not be published.