ଭେଣ୍ଟିଲେଟର ଓ ଅମ୍ଲଜାନ ସିଲିଣ୍ଡର ଗଚ୍ଛିତ ରଖନ୍ତୁ; ରାଜ୍ୟକୁ କେନ୍ଦ୍ରର ନୂଆ ନିର୍ଦ୍ଦେଶାବଳୀ

add-all

ନୂଆଦିଲ୍ଲୀ: କରୋନା ସହିତ ମୁକାବିଲା ପାଇଁ ନିୟମିତ ଅମ୍ଳଜାନ ଯୋଗାଣ ନିଶ୍ଚିତ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ଏକ ଚିଠି ଲେଖିଛନ୍ତି। ଚୀନ୍‌ରେ କରୋନାଭାଇରସ୍‌ ସଂକ୍ରମଣ ବୃଦ୍ଧି ହେଉଥିବା ବେଳେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଶନିବାର ଦିନ ନୂଆ କୋଭିଡ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଭବିଷ୍ୟତରେ ଆସିବାକୁ ଥିବା କୌଣସି ଆହ୍ବାନର ସମ୍ମୁଖୀନ କରିବା ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ରାଜ୍ୟମାନଙ୍କୁ ନୂଆ କୋଭିଡ ନିର୍ଦ୍ଦେଶାବଳୀ ଦେଇଛି।
ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଯଦିଓ ଦେଶରେ କୋଭିଡ୍ ସଂକ୍ରମଣ ସଂଖ୍ୟା ଏବେ କମ୍ ଅଛି, କିନ୍ତୁ ଭବିଷ୍ୟତରେ ସଂକ୍ରମଣ ବଢ଼ିଲେ ସେଥିପାଇଁ ଚିକିତ୍ସା ଭିତ୍ତିଭୂମିର କାର୍ଯ୍ୟକାରିତା ତଥା ରକ୍ଷଣାବେକ୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ତେଣୁ ପିଏସଏ ପ୍ଲାଣ୍ଟଗୁଡିକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବା ସହ ଏହାର ନିୟମିତ ଯାଞ୍ଚ ପାଇଁ ମକ୍ ଡ୍ରିଲ୍ କରାଯିବା ଉଚିତ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଡାକ୍ତରଖାନାରେ ତରଳ ମେଡିକାଲ ଅମ୍ଳଜାନର ଉପଲବ୍ଧତା ଏବଂ ଏହାର ରିଫିଲିଂ ପାଇଁ ଯେମିତି ବାଧା ନଉପୁଜେ, ତାହା ନିଶ୍ଚିତ ହେବା ଉଚିତ। ରକ୍ଷଣାବେକ୍ଷଣ ପାଇଁ ବ୍ୟାକଅପ୍ ଷ୍ଟକ୍ ଏବଂ ଦୃଢ଼ ରିଫିଲିଂ ସିଷ୍ଟମ୍ ସହିତ ଅମ୍ଳଜାନ ସିଲିଣ୍ଡରର ପର୍ଯ୍ୟାପ୍ତ ଉପଲବ୍ଧତା ପାଇଁ ବ୍ୟବସ୍ଥା କରନ୍ତୁ। କରୋନା ପାଇଁ ଆବଶ୍ୟକ ସାମଗ୍ରୀ ସହିତ ଭେଣ୍ଟିଲେଟର, ବିଆଇପିଏପି ଏବଂ ଏସପିଓ୨ ସିଷ୍ଟମ୍ ପରି ଜୀବନ ସହାୟକ ଉପକରଣର ଉପଲବ୍ଧତା ନିଶ୍ଚିତ କରନ୍ତୁ। ଅମ୍ଳଜାନ ପାଇଁ ରାଜ୍ୟ ସ୍ତରରେ ଅମ୍ଳଜାନ ନିୟନ୍ତ୍ରଣ କକ୍ଷକୁ ପୁନଃ ସକ୍ରିୟ କରାଯିବା ଉଚିତ। ଏହା ସହ ଦୈନିକ ଅମ୍ଳଜାନର ଚାହିଦା ଏବଂ ବ୍ୟବହାର ଉପରେ ନଜର ରଖାଯିବା ଜରୁରୀ।

ad-week
Leave A Reply

Your email address will not be published.