କାଲିମେଳା ବନାଞ୍ଚଳ ସଭାଗୃହଠାରେ ଜଙ୍ଗଲ,ବନ୍ୟପ୍ରାଣୀ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନକୁ ନେଇ ବୈଠକ…

add-all

ମାଲକାନଗିରି : କାଲିମେଳା ଆଜି କାଲିମେଳା ବନାଞ୍ଚଳ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ଦଳେଇଙ୍କ ନେତୃତ୍ୱରେ ଜଙ୍ଗଲ ତଥା ବନ୍ୟପ୍ରାଣୀ ସୁରକ୍ଷା,ଜଙ୍ଗଲ ନିଆଁକୁ ଦମନ, ଜଳବାୟୁ ପରିବର୍ତ୍ତନ କୁ ନେଇ ଏକ ବୈଠକ ଆୟୋଜିତ ହୋଇଛି ଏହିସଭାରେକାଲିମେଳା,ଭେଙ୍କେଟପାଲମ,କୋଇମେଟଲା,ଉଣ୍ଡୁରୁକୋଣ୍ଡା ସିମିଳିବାଞ୍ଛା,କଲାଦାପଲ୍ଲୀ,ପଂଚାୟତର ସରପଞ୍ଚ ମାନେ ବନସୁରକ୍ଷା,ବେଣ୍ଟ ଶିକାର, ବନାଅଗ୍ନି ଠାରୁ ବନକୁସୁରକ୍ଷା ବାବଦରେ ନିଜ ନିଜର ବହୁ ଉପଦେଶୀୟ ବାର୍ତା ଦେଇ ଥିଲେ । ଦିନକୁ ଦିନ ମାନବ ଦ୍ୱାରା ସଂରକ୍ଷିତ ଜଙ୍ଗଲ ଧ୍ବଂସ, ଅବାଧ ପ୍ରାଣୀ ଶିକାର ଯୋଗୁଁ ପରିବେଶରେ ଆଗାମୀ ଦିନରେ ହେଉଥିବା ଉଥାନ,ପତନ ଅଦିନିଆ ବର୍ଷା, ଜଳାଭାବ,ମରୁଡି ବିଶ୍ୱତାପାୟନ ରେ ପରିବର୍ତ୍ତନ ଭଳି ସମସ୍ୟାର ମୁକାବିଲା କରିବା ସହ ନୂତନ ଜଙ୍ଗଲ ସୃଷ୍ଟି, ବାବଦରେ ନିଜର ମତବ୍ୟକ୍ତ କରିଥିଲେ । ଆଜିର ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବନସୁରକ୍ଷା ସମିତିର ସଭାପତି,ଆନିମେଟର ଏବଂ କାଲିମେଳା ବନାଞ୍ଚଳର ବହୁ ବନ କର୍ମଚାରୀ ଓ ସୃଷ୍ଟି ଏନଜିଓ ଟିମ ଲିଡ଼ର ଶ୍ରୀନିବାସ ପାତ୍ର ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ ।

ad-week
Leave A Reply

Your email address will not be published.