ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନକୁ ରୋକିବାକୁ ସରକାରଙ୍କ ପ୍ରୟାସ…

add-all

ହିଞ୍ଜିଳିକାଟୁ ୨୪।୧୨ : ଦୀର୍ଘ ଦିନରୁ ସୀମିତ ପାରିଶ୍ରମିକରେ ଶିଶୁବିକାଶ ଯୋଜନାରେ କାର୍ଯ୍ୟ କରୁଛନ୍ତି ଅଙ୍ଗନବାଡ଼ି କର୍ମୀ। ପାରିଶ୍ରମିକ ତୁଳନାରେ କାର୍ଯ୍ୟର ଚାପ ବୃଦ୍ଧି ପାଉଛି । ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ ୱାର୍କର ଏସୋସିଏସନ ଗତ ୨୦୧୯ ରେ ପାରିଶ୍ରମିକ ବୃଦ୍ଧି ସହ ସରକାରୀ ଚାକିରୀ ମାନ୍ୟତା ଦେବା ଦାବୀ ନେଇ ଆନ୍ଦୋଳନରେ ଓହ୍ଲାଇଥିଲେ। ସରକାର ସେହି ସମୟରେ ସମସ୍ତ ଦାବୀ ପୂରଣ ନେଇ ପ୍ରତିଶୃତି ଦେଇଥିଲେ । ଯାହାରି ଫଳରେ ଆନ୍ଦୋଳନ ପ୍ରତ୍ୟାହୃତ ହେଇଥିଲା । କିନ୍ତୁ ପରବର୍ତୀ ସମୟରେ କୋଭିଡ଼ କଟକଣା ଯୋଗୁଁ ଏହି ସଂଘର ଦାବୀ ପ୍ରତି ଗୁରୁତ୍ୟ ଦିଆଯାଇନଥିଲା କି ଆଜି ପର୍ଯ୍ୟନ୍ତ ଅଙ୍ଗନବାଡି କର୍ମୀଙ୍କଦାବୀ ପ୍ରତି ଅଣଦେଖାକରାଯାଇଛି। ରନ୍ଧା ଖାଦ୍ୟ ପାଈଁ ଦିଆଯାଉଥିବା ଅର୍ଥ ବୃଦ୍ଧି କରିବା ଆଦି ୮ ଦଫା ସଂଘ ଦାବୀ କରିଛି । ଏ ସମସ୍ତ ଦାବୀ ପୂରଣ ନେଇ ରାଜ୍ୟ ସଂଗଠନର ଡ଼ାକରାରେ ଭୁବନେଶ୍ୱରସଚିବାଳୟ ସମ୍ମୁଖରେ ଜିଲ୍ଲା ସ୍ତରୀୟ ଧାରଣା ଜାରୀ ରହିଥିବା ବେଳେ ଅଙ୍ଗନବାଡି କର୍ମୀ କେନ୍ଦ୍ରକୁ ଯିବା ବଦଳରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଡାକରା ଦେଇଛି । ମାତ୍ର ୬ ଟି ସେବାକୁ ନେଇ ପ୍ରାରମ୍ଭ ହୋଇଥିବା ଆସିସିଡିଏସ୍‍ ପ୍ରକଳ୍ପ ବର୍ତ୍ତମାନ ଆଇସିଡିଏସ୍‍ ସର୍ଭିସ୍‍ ନାଁ ରେ ୬୦ ପ୍ରକାର କାମ କରାଉଛନ୍ତି । ପାରିଶ୍ରମିକ ବାବଦକୁ ରାଜ୍ୟ ସରକାରଙ୍କ ସର୍ବନିମ୍ନ ମଜୁରି ବି ମିଳୁନାହିଁ । ବିଭିନ୍ନ ସ୍ଥାନରେ କର୍ମୀ ଙ୍କ ୨୦୨୧ ନଭେମ୍ବର ମାସ ଦରମା ଓ ଅଦ୍ୟାବଧି ସଂମ୍ପୁର୍ଣ୍ଣ ଦରମା ବକେୟା ପ୍ରାପ୍ୟ ଠିକ୍ ଭାବରେ ମିଳିନଥିବା ସଂଘ ଅଭିଯୋଗ କରିଛି। ରାଜ୍ୟସଂଘର ଏହି ଡାକରାରେ ଗଞ୍ଜାମ ଜିଲ୍ଲାର ନିର୍ଦ୍ଦେଶ କ୍ରମେ ହିଞ୍ଜିଳିକାଟୁ ଶାଖାର ସଭାନେତ୍ରି ବବିତା ଗନ୍ତାୟତ ଓ ସମ୍ପାଦିକା ସୁଜତା ସାହୁ , ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଓ ସହାୟିକା ମାନେ ଏହି ଧାରଣାରେ ସାମିଲ ହୋଇଥିଲେ । ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ନିଷ୍ପତି ନେଇଛି। ୩୪ ଦିନ ଧରି ଚାଲିଥିବା ଆନ୍ଦୋଳନ କୁ ସ୍ଥଗିତ ରଖିବାକୁ ଜିଲ୍ଲା ପ୍ରଶାସନ ତିନି ଦିନ ମଧ୍ୟରେ କାର୍ଯ୍ୟ ରେ ଯୋଗଦାନ କର ନହେଲେ ଅଙ୍ଗନୱାଡି କେନ୍ଦ୍ର ଚାବି କାଠି ଫେରାଇବାକୁ ପ୍ରଶାସନ ଚିଠି କରିଥିବା ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ନଞ୍ଜିତା ରଥ କହିଛନ୍ତି। ଏଥିରେ ଶୂଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ସେପଟେ ଯଦି ସରକାର ଅଙ୍ଗନୱାଡି କର୍ମୀ ଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଗଞ୍ଜାମ ଜିଲ୍ଲାର ସଭାନେତ୍ରୀ ରଞ୍ଜିତା ରଥ। ।
ସରକାର ଯେତେ ଦିନ ପର୍ଯ୍ୟନ୍ତ ଦାବି ପୂରଣ କରିନାହାନ୍ତି ସେତେଦିନ ପର୍ଯ୍ୟନ୍ତ ବ୍ଳକ ରୁ ରାଜ୍ୟ ର ରାଜଧାନୀ ପର୍ଯ୍ୟନ୍ତ ସମସ୍ତ କେନ୍ଦ୍ର ବନ୍ଦ କରି ଧାରଣା ରେ ବସି ରହିଥିବୁ ବୋଲି ର ସଂଘ ନିଷ୍ପତ୍ତି ନେଇଥିବା ସଂଘ ପକ୍ଷରୁ ପ୍ରକାଶ କରିଛନ୍ତି, ।ଜିଲ୍ଲା ସଭାନେତ୍ରୀ ରଞ୍ଜିତା ରଥ, ହିଞ୍ଜିଳିକାଟୁ ବ୍ଲକ ସଭାନେତ୍ରୀ ଵଵିତା ଗନ୍ତାୟତ, ଵ୍ଳକ ସମ୍ପାଦିକା ସୁଜତା ସାହୁ, ଅଙ୍ଗନୱାଡି କର୍ମୀ ରିତାଞ୍ଜଳି ତ୍ରିପାଠୀ, ରାଜଲକ୍ଷ୍ମୀ ପାଢି, ରୀତା ଗୌଡ, ମଞ୍ଜୁଲତା ପଟ୍ଟନାୟକ, ଟିକି ପ୍ରଧାନ, ବବିତା ରାଉଳ, ସ୍ନିଧାଶ୍ରୀ ପାଢୀ, ଗୀତାଞ୍ଜଳି ପାଢୀ ଙ୍କ ସମେତ ଆନ୍ଦୋଳନ ରେ ଯୋଗ ଦେଇଥିବା ସମସ୍ତ ଅଙ୍ଗନବାଡି କର୍ମୀ ମତ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.