ଦୀର୍ଘଦିନର ବିରୋଧ ପରେ ଗ୍ରାମବାସୀଙ୍କ ଦ୍ବାରା ବନ୍ଦ ହେଲା ପଥରକ୍ଵାରୀ…

youtube

ମାଲକାନଗିରି କାଲିମେଳା : ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ମାଲାଭରମ ଗ୍ରାମ ପଞ୍ଚାୟତ ଅଧୀନ ଟିନରାଜପାଲି ନିକଟରେ ଏମ: ଭି :୮୧ ଗାଁକୁ ଯିବା ରାସ୍ତା ପାର୍ଶ୍ବରେ ଥିବା ବିଶ୍ଵନାଥ ରେଡି ପଥର କ୍ଵାରିକୁ ମାଲାଓ୍ଵାରାମ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଂଚ ଶ୍ରୀ ଜଗା ମାଢୀ ସମେତ ସମ୍ପୃକ୍ତ ଗ୍ରାମର ମୂଖ୍ୟା ତଥା ପୂଜାରୀ ନିଛୁ ଗାଙ୍ଗା ଓ ଗ୍ରାମର ଲୋକମାନଙ୍କ ର ଦେହ ଖରାପ ହେଲେ ଝଡାଫୁଙ୍କା କରୁଥିବା ଗୁଣିଆ ଦିଶାରୀ, ଲାଛା ବାନ୍ଦାମ ଓ ଏରା କାରାମ ପ୍ରମୁଖ ଆଦିବାସୀ ଟିନରାଜପାଲି ଗାଁ ର ଲୋକ ମାନେ ଆସି ଏହି ପଥର କ୍ଵାରୀ ବନ୍ଦ କରିଦେଇଛନ୍ତି। କ୍ଵାରି ଭିତରେ ନିୟୋଜିତ ଥିବା ଜେସିବି ମେସିନ୍ କାମକୁ ମଧ୍ୟ ବନ୍ଧ କରିଦେଇ ମେସିନ କୁ ଆଣି କ୍ଵାରୀ ବାହାରେ ଖୋଲା ଜାଗାରେ ରଖିଛନ୍ତି। ମୂଖ୍ୟ ରାସ୍ତା ଏମ:ଭି:୮୧ରୁ କ୍ଵାରୀ ଯିବା ରାସ୍ତାରେ ବଡ ବଡ ତାଳ ଗଛର ଗଣ୍ଡି ଓ ଅନ୍ୟାନ୍ୟ ଗଛ ଲତା କାଟି ପକାଇ ରାସ୍ତା ଅବରୋଧ କରିଛନ୍ତି।ଗ୍ରାମବାସୀଙ୍କ କହିବା କଥା ଯେ କ୍ଵାରୀ ଏହି ଜାଗାରେ ଆରମ୍ଭ ହୋଇ ଆଜି ଚାରିବର୍ଷ କାଳ ବିତିଗଲାଣି। ପ୍ରଥମେ ପ୍ରଥମେ ଆମେ ଜାଣି ପାରିଲୁ ନାହିଁ ଯେ ଏହି କ୍ଵାରୀ ଏଠାରେ ବସାଇବା ଦ୍ଵାରା କ’ଣ ସବୁ ଅସୁବିଧା ହେବ ବୋଲି ,ଯେହେତୁ ଆମେ ନୀରିହ ଦୁର୍ଗମ ଇଲାକା ର ଆଦିବାସୀ ବର୍ତ୍ତମାନ ଏହି କ୍ଵାରୀ ରେ ବ୍ଲାଷ୍ଟିଙ୍ଗ ହେବା ଦ୍ଵାରା ଆମ ଗାଁ ର ଅନେକ ଘରଦ୍ୱାର ଭାଙ୍ଗି ନଷ୍ଟ ହେଉଅଛି। କାହାର ଘରର କାନ୍ଥ ବାଡ ଭୁଷୁଡିଛି ତ କାହାର ଘର ର ଛାତର ଆଜବେଷ୍ଟସ ଫାଟି ଆଁ କରୁଛି ତ କାହାର ସିମେଣ୍ଟ କାନ୍ଥରେ ଫାଟ ସୃଷ୍ଟି ହେଉଅଛି ଏହି କ୍ଵାରୀର ପଥର ପାଇଁ ବ୍ଲାଷ୍ଟିଙ୍ଗ ଯୋଗୁଁ ,ବ୍ଲାଷ୍ଟିଙ୍ଗିର ଗ୍ୟାସ ଯୋଗୁ ତାଙ୍କର ପରିବେଶ ଦୂଷିତ ହେବା ସହିତ ଗ୍ରାମ ର ଅନେକ ଲୋକ ରୋଗାକ୍ରାନ୍ତ ହେଲେଣି ଓ ଅନେକ ପୂର୍ବରୁ ମୃତ୍ୟୁ ବରଣ କରିସାରିଛନ୍ତି। ଗାଁ ଲୋକଙ୍କ ର ଅନେକ ଗୃହପାଳିତ ପଶୁ ପକ୍ଷୀ ତଥା ଗାଈ, ଛେଳି,ମେଣ୍ଡା,କୁକାଡା ,କୁକୁର,ବିଲେଇ ଇତ୍ୟାଦି ଏହି ବ୍ଲାଷ୍ଟିଙ୍ଗ ର ଗ୍ୟାସ ଯୋଗୁ ମୃତ୍ୟୁବରଣ କରିଛନ୍ତି। ଏହି କ୍ଵାରୀ ଯୋଗୁଁ ନିକଟରେ ଥିବା ଟିନରାଜପାଲି ଗ୍ରାମ ର ଅନେକ କ୍ଷତି ହୋଇଛି ତେଣୁ ଆମେ ଏହି ପଥର କ୍ଵାରୀ ବନ୍ଧ କରୁଅଛୁ ବୋଲି ଗଣମାଧ୍ୟମକୁ ଜଣାଇଥିଲା ବେଳେ ଗ୍ରାମ ର ଲୋକମାନଙ୍କ ଜ୍ଵର, ଝାଡ଼ା, ବାନ୍ତି,ଶରଦି, କାଶ ଇତ୍ୟାଦି ବିଭିନ୍ନ ରୋଗ ହେଲେ ସେବା କରି ଦୀର୍ଘଦିନ ଧରି ଭଲ କରି ଆସୁଥିବା ଲାଛା ବାନ୍ଦାମ ଏହି ପଥର କ୍ଵାରୀ ନିକଟରେ ପାହାଡ ଉପରେ ଗୋଟିଏ ଗଛ ମୂଳରେ ପୂଜାର୍ଚ୍ଚନା କରିଆସୁଛନ୍ତି।ତାଙ୍କୁ ବାରମ୍ବାର ପ୍ରତିଦିନ ରାତିରେ ସ୍ଵପ୍ନ ରେ ଠାକୁର ଆସୁଛନ୍ତି ଯେ ଏହି କ୍ଵାରୀ ଖୋଳାହୋଇଥିବା ଜାଗାରେ ମାଁ କାଳି,ଓ ରାମ ସୀତା ଠାକୁର ଅଛନ୍ତି ବୋଲି । ତେଣୁ ତୁରନ୍ତ ଏହି ପଥର କ୍ଵାରୀ ବନ୍ଦ କର ବୋଲି ତାଙ୍କୁ ବ୍ୟକ୍ତିଗତ ଭାବେ ସବୁଦିନ ସ୍ଵପ୍ନ ହେଉଛି ଲାଛା ବାନ୍ଦାମ ଙ୍କୁ। ସେଥିପାଇଁ ଏଠାରେ ଥିବା ଠାକୁର ଶକ୍ତି ଦ୍ଵାରା ଧିରେଧିରେ ପୂର୍ବରୁ କେତେ ଲୋକଙ୍କୁ ସେ ମାରି ଦେଇଅଛନ୍ତି।ଯଦି ଏହି କ୍ଵାରୀ ବନ୍ଦ କରାନଯାଏ ତାହା ହେଲେ ଆଗକୁ ୩୬୦ ଜଣଙ୍କୁ ମାରିଦେବ ବୋଲି ଠାକୁର ସ୍ବପ୍ନରେ ଆସି ମାରିଦେବ ବୋଲି କହିବାରୁ ସେ ଯାଇ ତାଙ୍କ ଟିନରାଜପାଲି ଗ୍ରାମ ର ସମସ୍ତ ଙ୍କୁ ଜଣାଇଥିଲେ। ତାପରେ ଗ୍ରାମ ର ଲୋକମାନେ ଏକତ୍ରିତ ହୋଇ ଆସି ଏହି ପଥର କ୍ଵାରୀ ବନ୍ଦ କରିଛୁ ବୋଲି ଗଣମାଧ୍ୟମକୁ ସମ୍ମୁଖରେ ପ୍ରକାଶ କରିଛନ୍ତି।
ଅନ୍ୟ ପକ୍ଷରେ ପଥର କ୍ଵାରିର ମାଲିକ କହିଛନ୍ତି ଯେ ଆସନ୍ତା ୨୦୨୩ ମସିହା ଅପ୍ରେଲ ମାସ ପର୍ଯ୍ୟନ୍ତ ଅବଧି ରହିଥିଲା ବେଳେ ଗ୍ରାମବାସୀ ମାନେ ହଠାତ୍ ପଥର କ୍ଵାରୀ ବନ୍ଦ କରାଇବା ପାଇଁ ଚେତାବନୀ ଦେଇଛନ୍ତି ଓ ଏହାର କେତେ ଦୂର ଯଥାର୍ଥତା ରହିଛି ।

Leave A Reply

Your email address will not be published.