ଓଡ଼ିଶାରେ ମିଳିବ ନାଜାଲ୍ ଡୋଜ୍ ‘ଇନ୍‌କୋଭାକ୍’

add-all

ଭୁବନେଶ୍ବର : ଓଡ଼ିଶାରେ ନାଜାଲ କୋଭିଡ ଡୋଜ୍ ଉପଲବ୍ଧ ହେବ। ଘରୋଇ ହସ୍ପିଟାଲରେ ଏହି ଡୋଜ୍ ମିଳିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ ଇନ୍‌କୋଭାକ୍ ନାଜାଲ ଡୋଜ୍ ବ୍ୟବହାର ସଂପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। କୁହାଯାଇଛି ଯେ ୧୮ବର୍ଷରୁ ଅଧିକ ବୟସର ନାଗରିକଏହାକୁ ନେଇପାରିବେ। ଉଭୟ କୋଭାକ୍ସିନ୍ ଓ କୋଭିସିଲ୍‌ଡ ଟିକା ନେଇଥିବା ହିତାଧିକାରୀଙ୍କ ପାଇଁ ନାଜାଲ ଡୋଜ୍ ଫଳପ୍ରଦ ହେବ। ନାକ ପୁଡ଼ାରେ ୪ ବୁନ୍ଦା ଲେଖାଏ ସମୁଦାୟ ୮ ବୁନ୍ଦା(୦.୫ ଏମ୍‌ଏଲ୍‌) ଦିଆଯିବ। ୨୮ଦିନ ପରେ ଆଉ ଏକ ଡୋଜ୍ ଦିଆଯିବ। ନାଜାଲ ଡୋଜ୍ ନେଉଥିବା ଲୋକଙ୍କ ସମସ୍ତ ବିବରଣୀ କୋ-ୱିନ୍ ପୋର୍ଟାଲରେ ରହିବ। ଖୁବ୍‌ଶୀଘ୍ର ନାଜାଲ ଡୋଜ୍ ବଜାରରେ ଉପଲବ୍ଧ ହେବ ବୋଲି ଏଥିରେ କୁହାଯାଇଛି।

ad-week
Leave A Reply

Your email address will not be published.