ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ…

add-all

ସାଲେପୁର: ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀ ମୃତ୍ୟ। ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନମାଲିପୁରରେ। ବଡ଼ଝିଅ ୯ ବର୍ଷର ଓ ସାନ ଝିଅ ୫ ବର୍ଷର। ଆଜି ଦୁଇ ଭଉଣୀ ସକାଳେ ଖେଳୁଥିଲେ। କିଛି ସମୟ ସେମାନଙ୍କୁ ନପାଇବାରୁ ଘରଲୋକେ ଖୋଜାଖୋଜି କଲେ । ତେବେ କିଛି ସମୟ ପରେ ସେମାନଙ୍କୁ ପୋଖରୀରେ ଭାସୁଥିବା ଦେଖୁବାକୁ ମିଳିଲା।

ପରେପରେ ନିଶ୍ଚିନ୍ତକୋଇଲି ପିଏଚସିକୁ ସେମାନଙ୍କୁ ଅଣାଗଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଖେଳୁଥିବା ସମୟରେ ଜଣେ ଭଉଣୀ ବୁଡିଯାଉଥିବା ଦେଖି ଅନ୍ୟଜଣେ ତାକୁ ବଞ୍ଚାଇବାକୁ ଚାଲିଯାଇଥିଲେ।  ଉଭୟଙ୍କର ଏଭଳି ମୃତ୍ୟ ହୋଇଥିବା ଅନୁମାନ କରାଯାଉଛି ବୋଲି ସମ୍ପର୍କୀୟ କହିଛନ୍ତି।

ad-week
Leave A Reply

Your email address will not be published.