
ହିଞ୍ଜିଳିକାଟୁ ୨୫।୧୨ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣା ସାହି ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସପ୍ତାହବ୍ୟାପୀ ଶ୍ରୀ ଜଗନ୍ନାଥ ସଂସ୍କୃତି ସଂମ୍ପର୍କରେ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ପ୍ରବଚନ କାର୍ଯ୍ୟକ୍ରମ ରଵିବାର ଠାରୁ ଆରମ୍ଭ ହୋଇ ଶନିବାର ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ପ୍ରଵଚନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ପଣ୍ଡିତ ଶ୍ରୀ ସୂର୍ଯ୍ୟକାନ୍ତ ରଥ ଶର୍ମା ପ୍ରବକ୍ତା ଜଗନ୍ନାଥ ସଂସ୍କୃତି ସଂମ୍ପର୍କରେ ପ୍ରବଚନ ମାଧ୍ୟମରେ ଏହାର ଅର୍ଥ ଶ୍ରଦ୍ଧାଳୁ ସ୍ରୋତାଙ୍କୁ ବୁଝାଉଛନ୍ତି। ଏହି କାର୍ଯ୍ୟକ୍ରମକୁ ଭାଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦେବାନନ୍ଦ ମହାପାତ୍ର, ସମ୍ପାଦକ ତରୁଣ କୁମାର ପଣ୍ଡା, ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ, ଉପସଭାପତି ଲକ୍ଷ୍ମୀନାରାୟଣ ପଣ୍ଡା, କୋଷାଧ୍ୟକ୍ଷ ସନ୍ତୋଷ କୁମାର ପଣ୍ଡା, ଶଙ୍କର ଆଚାରୀ, ପ୍ରଫେସର ରମେଶଚନ୍ଦ୍ର ଚୌଧୁରୀ, ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ସଭାପତି ଭୀମସେନ ଵେହେରା, ପ୍ୟାରୀମୋହନ ପାଢୀ, ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲାପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ସାମ୍ବାଦିକ ଦ୍ୱୀତୀକୃଷ୍ଣ ପଣ୍ଡା, ବିଶ୍ବମ୍ବର ସାହୁ ସମେତ ସମସ୍ତ ପରିଷଦର ସଦସ୍ୟ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି।