୧୪ ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ସ୍ଥାନୀୟ ପିଏ ଆଇଟିଡିଏ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ୧୪ ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଟ୍ରେଜେରି କାର୍ଯ୍ୟାଳୟର ଅଧିକାରୀ ସୁଧାଂଶୁ ଶେଖର ଯାନୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅଥିତି ଭାବେ କଣ୍ଠଶିଳ୍ପୀ ଜଳନ୍ଧର ବେହେରା, ମନୋଜ କୁମାର ପଟ୍ଟନାୟକ, ବସନ୍ତ କୁମାର ପ୍ରଧାନ ଏବଂ ନେହେରୁ ୟୁବ କେନ୍ଦ୍ର ଫୁଲବାଣୀର ଜିଲ୍ଲା ଯୁବ ଅଧିକାରୀ ନବନୀତ କୁମାର,ସହକର୍ମୀ ସତ୍ୟବାନ ଦଳବେହେରା, ସ୍ବେଚ୍ଛାସେବୀ ମାନଙ୍କ ମଧ୍ୟରେ କୁନ୍ଦନ କୁମାର ନାୟକ, ଜଗନ୍ନାଥ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକର ଦେଓଗଡ଼ ଓ ତଲଂପଦର ଗ୍ରାମର ୨୦ ଜଣ ଯୁବକ ଓ ଯୁବତୀ ୧୪ ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ପାଇଁ ଭୋପାଳ ଅଭିମୁଖେ ଯାତ୍ରା କରି ଆସିଛନ୍ତି ଏବଂ ସିବିରାର୍ଥି ଭାଇ ଓ ଭଉଣୀମାନେ ହାସଲ କରିଥିବା ଅନୁଭୂତି ପରିପ୍ରକାଶ କରିଥିଲେ l ସିଆରପିଏଫ ବାଲିଗୁଡାର ଏସ୍କର୍ଟ ଭାବେ ସନ୍ତୋଷ କୁମାର ଓଝା,ସଞ୍ଜୁଲତା ପଣ୍ଡା ଯାତ୍ରା କରିଛନ୍ତି । କନ୍ଧମାଳ ଜିଲ୍ଲା ଏହି କାର୍ଯକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେଥିପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଆସୁଅଛି l

ad-week
Leave A Reply

Your email address will not be published.