ଡରାଉଛି କରୋନା : ମାସ୍କ ବାଧ୍ୟତାମୂଳକ କଲେ ମୁଖ୍ୟମନ୍ତ୍ରୀ…

add-all

ବେଙ୍ଗାଲୁରୁ: ଚାଇନା ସମେତ ବିଭିନ୍ନ ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଭାରତରେ ସଂକ୍ରମଣର ଭୟ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆଜି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ବଡ଼ ଘୋଷଣା କରିଛନ୍ତି। କରୋନା ସ୍ଥିତିର ସମୀକ୍ଷା ପାଇଁ ଆଜି ମୁଖ୍ୟମନ୍ତ୍ରୀ ବୋମାଇଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ବୋମାଇ ରାଜ୍ୟର କିଛି ଜନଗହଳୀପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି।
ତାଙ୍କ ଘୋଷଣା ଅନୁଯାୟୀ, ଏଣିକି କର୍ଣ୍ଣାଟକାର ସମସ୍ତ ସିନେମା ହଲ, ମଲ୍‌, ସ୍କୁଲ ଓ କଲେଜ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏଠାରେ ସମସ୍ତେ ସାମାଜିକ ଦୂରତା ନିୟମକୁ ମଧ୍ୟ ପାଳନ କରିବେ। ସେହିପରି ନୂଆବର୍ଷ ଉତ୍ସବ ପାଇଁ ପବ, କ୍ଲବ, ରେଷ୍ଟୁରାଣ୍ଟ ଓ ବାରରେ ମଧ୍ୟ ସମସ୍ତେ ମାସ୍କ ପିନ୍ଧିବେ। ନୂଆବର୍ଷ ସେଲିବ୍ରେସନ ରାତି ୧ଟା ପୂର୍ବରୁ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ସେ କହିଛନ୍ତି, ସ୍ଥିତି ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣ ମଧ୍ୟରେ ରହିଛି। କେହି ବି ଆତଙ୍କିତ ହୁଅନ୍ତୁ ନାହିଁ। କେବଳ ଆମକୁ କରୋନା ପ୍ରତି ସତର୍କ ରହିବାକୁ ପଡ଼ିବ। କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଗାଇଡଲାଇନ ଜାରି ହୋଇପାରେ। କିନ୍ତୁ ଏହି ଗାଇଡଲାଇନ କେବେ ହେଲେ ସାଧାରଣ ଜନଜୀବନ କିମ୍ବା ବ୍ୟବସାୟକୁ ପ୍ରଭାବିତ କରିବ ନାହିଁ। ଲୋକଙ୍କ ମଧ୍ୟରେ ସଂକ୍ରମଣ ଓ ବୁଷ୍ଟର ଡୋଜ୍‌କୁ ନେଇ ସଚେତନତା ସୃଷ୍ଟି କରିବାର ଆବଶ୍ୟକ ରହିଛି। ଯେଉଁମାନେ ଫ୍ଲୁ ଜନିତ ରୋଗ କିମ୍ବା ବହୁବିଧ ରୋଗରେ ପୀଡ଼ିତ ସେମାନେ ନିୟମିତ ନିଜର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖନ୍ତୁ। ଏଥିସହ ମାସ୍କ ପିନ୍ଧନ୍ତୁ ଓ ନିଜର ଟେଷ୍ଟିଂ କରାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ବୋମାଇ କହିଛନ୍ତି।
ଏହାପୂର୍ବରୁ କର୍ଣ୍ଣାଟକା ସରକାର ବନ୍ଦ ପ୍ରକଷ୍ଠୋ ଓ ଏୟାର କଣ୍ଡିସନ ରୁମରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିଲେ।

ad-week
Leave A Reply

Your email address will not be published.