ଗରିବଙ୍କ କଥା କହି ଶୀତବସ୍ତ୍ର ପିନ୍ଧୁ ନାହାନ୍ତି ରାହୁଲ ଗାନ୍ଧି…

add-all

ନୂଆଦିଲ୍ଲୀ: ଭୀଷଣ ଥଣ୍ଡାରେ ସାରା ଉତ୍ତରଭାରତ ଥରୁଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭିନ୍ନ ଠାଣିରେ ଦେଖିବାକୁ ମିଳିଛି। ଶୀତର ପ୍ରକୋପକୁ ଖାତିର ନକରି ମାତ୍ର ଏକ ଟିସାର୍ଟରେ ସେ ଆଜି ଦିଲ୍ଲୀରେ ମହାତ୍ମା ଗାନ୍ଧି ଏବଂ ଏବଂ ବହୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମାରକୀ ପରିଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ସବୁ ସ୍ମାରକୀ ପରିକ୍ରମା ବେଳେ ସେ ଖାଲିପାଦରେ ଚାଲିଥିବା ଦେଖିବାକୁ ମିଳିଥିଲା। ଗତସପ୍ତାହରେ ରାହୁଲ ଗାନ୍ଧି ଦେଶର ଯେଉଁ ଗରିବ ଲୋକମାନେ ଶୀତବସ୍ତ୍ର କିଣିବାକୁ ସକ୍ଷମ ନୁହନ୍ତି ସେମାନଙ୍କ ଦୁଃଖ ଦୁର୍ଦ୍ଦଶା କଥା ଉଠାଇଥିଲେ। ରାହୁଲ କହିଛନ୍ତି ଯେ, ସେ ଦିଲ୍ଲୀରେ କେବଳ ଏକ ଟି-ସାର୍ଟ ପିନ୍ଧି ବୁଲୁଥିବା ବେଳେ ଗଣମାଧ୍ୟମ ତାଙ୍କୁ ସେଇ ପ୍ରଶ୍ନ କରୁ଼ଛି କିନ୍ତୁ ଦେଶର ଯେଉଁ ନିରାଶ୍ରୟ ବ୍ୟକ୍ତିମାନେ ଶୀତବସ୍ତ୍ର କିଣିବାକୁ ଅକ୍ଷମ ସେମାନଙ୍କୁ ସେଇ ପ୍ରଶ୍ନ ପଚାରେନି। ମୁଖ୍ୟତଃ ଚାଷୀ ଭାଇ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କ ଦୁର୍ଦ୍ଦଶା ଅତି ସଙ୍ଗିନ। ସେ କହିଛନ୍ତି ଯେ, ମୁଁ ୨୮୦୦ କିଲୋମିଟର ଚାଲିଛି। କିନ୍ତୁ ମୋର ବିଶ୍ୱାସ ଯେ, ଏହା ବଡ କଥା ନୁହେଁ।

କୃଷକମାନେ ପ୍ରତିଦିନ ଅନେକ ବାଟ ଚାଲୁଛନ୍ତି। ସେହିପରି ପରି କୃଷି ଶ୍ରମିକ, କଳକାରଖାନା ଶ୍ରମିକ ଏବଂ ସାଧାରଣ ଶ୍ରମିକମାନେ ସମାନ ପରିଶ୍ରମ କରନ୍ତି। ଶନିବାର ଦିଲ୍ଲୀର ଲାଲକିଲ୍ଲାରେ ଭାରତ ଯୋଡ଼ୋ ଯାତ୍ରାରେ ଭାଷଣ ଦେଇ ଏହା କହିଛନ୍ତି ରାହୁଲ ଗାନ୍ଧି।

ଆଜି ସେ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସ୍ମାରକୀ ତଥା ଶକ୍ତିସ୍ଥଳ ମଧ୍ୟ ପରିଦର୍ଶନ କରିଛନ୍ତି। ଏହି ଅବସରରରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସ୍ମୃତି ବିଜୟ ଘାଟ ପରିଦର୍ଶନ କରିଥିଲେ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ସ୍ମୃତି ସଦୈବ ଅଟଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.