ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ପଦାକୁ ଆସିବ: ଜେଲ୍ ଡିଜି..

add-all

କଣ୍ଟାବାଞ୍ଜି: ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ ନେଇ ଜେଲ୍ ଡିଜି ମନୋଜ ଛାବ୍ରା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହି ଘଟଣା ନିହାତି ଦୁଃଖଦାୟକ। ଜେଲ ବିଭାଗର ପ୍ରୋଟୋକଲ ରହିଛି। ଏନଏଚଆରସିର ନିୟମ ମୁତାବକ ତଦନ୍ତ ଚାଲିଛି। ଯାହାର ଭୁଲ ଥିବ ସେ ଦଣ୍ଡିତ ହେବ। ପୋଷ୍ଟମର୍ଟମର ଭିଡିଓଗ୍ରାଫି ହେଉଛି।

ଜେଲ୍ ଡିଜି ଆହୁରି କହିଛନ୍ତି, ଜୁଡିସିଆଲ ଇନକ୍ବାରି ପାଇଁ ଜଣାଇ ଦେଇଛୁ। କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଷ୍ଟାଣ୍ଡର୍ଡ ପ୍ରୋଟୋକାଲ ଅନୁଯାୟୀ ତଦନ୍ତ ଚାଲିଛି। ତଦନ୍ତ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ପଦାକୁ ଆସିପାରିବ।  ପ୍ରାଥମକ ତଦନ୍ତ ମୁତାବକ ଜଣେ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଛି। କାରାଗାରରେ ସୁରକ୍ଷା ବ୍ୟବସ୍ଥା କଡାକଡି ଅଛି। ତଥାପି ଜେଲ ବିଭାଗରେ ଲୋକ ବଳ କମ୍ ରହିଛି। ସରକାର ଏ ଦିଗରେ ଅଧିକ ସଚେତନ ଅଛନ୍ତି। ରାଜ୍ୟର ସମସ୍ତ ଜେଲକୁ ସରପ୍ରାଇଜ ଭିଜିଟ ହେଉଛି। ହାଇକୋର୍ଟ ଓ ଜିଲ୍ଲା ଜଜମାନେ କାରାଗାରକୁ ଯାଉଛନ୍ତି। ଲିଗାଲ ଏଡ୍ କମିଟି ମଧ୍ୟ ନିରୀକ୍ଷଣ କରୁଛନ୍ତି। ମାନସିକ ରୋଗୀଙ୍କ ସଂଖ୍ୟା ଓ ଡାକ୍ତର ନିଯୁକ୍ତି ଉପରେ ମଧ୍ୟ ନଜର ରଖିଛି ବିଭାଗ।

ad-week
Leave A Reply

Your email address will not be published.