ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ଆଇଏଏସ୍‌ ବିନୋଦ କୁମାରଙ୍କୁ ପୁଣି ସଜା…

add-all

ଭୁବନେଶ୍ବର: ବହୁଚର୍ଚ୍ଚିତ ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ୍‌ ଡେଭଲପମେଣ୍ଟ୍‌ କର୍ପୋରେସନ୍‌ (ଓଆର୍‌ଏଚ୍‌ଡିସି) ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ଆଇଏଏସ୍‌ ବିନୋଦ କୁମାରଙ୍କ ସହିତ ୫ ଜଣଙ୍କୁ ୩ ବର୍ଷ ଲେଖାଏଁ ସଜା ଓ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ହୋଇଛି। ଲୋକଙ୍କୁ ଘର ଦେବା ନାଁରେ ୨୧.୩୫ ଲକ୍ଷ ଟଙ୍କା ହଡ଼ପ ମାମଲାରେ ‌ଏମାନଙ୍କୁ ଦଣ୍ଡାଦେଶ ହୋଇଛି।ସିଏସ୍‌, ଆକାଉଣ୍ଟ ଅଧିକାରୀ, ଲୋନ୍‌ ଅଧିକାରୀ, ସିଷ୍ଟମ ଆନାଲିଷ୍ଟଙ୍କୁ ମଧ୍ୟ ସଜା ହୋଇଛି। ରଶ୍ମୀ ମାସ ନିର୍ମାଣ ସଂସ୍ଥାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ମଧ୍ୟ ୩ ବର୍ଷ ସଜା ମିଳିଛି। ସୂଚନାଯୋଗ୍ୟ, ବିନୋଦ କୁମାରଙ୍କୁ ପୂର୍ବରୁ ଦଣ୍ଡିତ କରାଯାଇଥିଲା ବେଳେ ସେ ଜାମିନରେ ଅଛନ୍ତି।

ad-week
Leave A Reply

Your email address will not be published.