ପୁରୁଣା ଫାଇଲା ‌ଖୋଲିଲା ସିବିଆଇ, ଅଡୁଆରେ ପଡ଼ି ପାରନ୍ତି ଲାଲୁ…

add-all

ନୂଆଦିଲ୍ଲୀ: ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ନିକଟରେ କିଡନୀ ପ୍ରତିରୋପଣ ହୋଇଥିଲା। ସେ ଧୀ‌‌ରେଧୀରେ ସୁସ୍ଥ ହେବା ପରେ ହସ୍ପିଟାଲରୁ ତାଙ୍କୁ ଘରକୁ ଛୁଟି କରି ଦିଆଯାଇଛି। ଏହି କ୍ରମରେ ତାଙ୍କ ଅଡୁଆ ଆହୁରି ବୃଦ୍ଧି ପାଇପାରେ ବୋଲି କୁହାଯାଉଛି।

କାରଣ କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥା ଲାଲୁ ପ୍ରସାଦ ଯାଦବଙ୍କ ପୁରୁଣା ଫାଇଲା ଖୋଲିବା ଆରମ୍ଭ କରିଛି। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ୟୁପିଏ ସରକାର-୧ରେ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ରହିଥିଲେ। ସେ ତାଙ୍କ କାର୍ଯ୍ୟକାଳ ଭିତରେ ଅନେକ ଦୁର୍ନୀତି ମାମଲାରେ ଫସି ଥିବା କୁହାଯାଉଛି।

୨୦୧୮ ମସିହାରେ ଲାଲୁ ରେଳମନ୍ତ୍ରୀ ଥିବା ବେଳେ ରେଲୱେ ପ୍ରୋଜେକ୍ଟ ଆବଣ୍ଟରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ଏହାପରେ ସିବିଆଇ(କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥା) ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ସିବିଆଇ ଗତବର୍ଷ ଅର୍ଥାତ ୨୦୨୧ ମସିହାରେ ରେଲୱେ ପ୍ରୋଜେକ୍ଟ ଆବଣ୍ଟରେ ଦୁର୍ନୀତି ନେଇ କୌଣସି ଅଭିଯୋଗ ନଥିବା କହି ତଦନ୍ତ ବନ୍ଦ କରି ଦେଇଥିଲା। ଏବେ ପୁଣି ସିବିଆଇ ପୁରୁଣା ଫାଇଲ ଖୋଲିଛି।

ତେବେ ଏହି ଦୁର୍ନୀତି ଘଟଣାରେ ଲାଲୁ ପ୍ରସାଦ ଯାଦବଙ୍କ ସମେତ ତାଙ୍କ ପୁଅ ତଥା ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ଝିଅ ଚନ୍ଦା ଯାଦବ ଓ ରାଗିଣୀ ଯାଦବ ଜଡ଼ିତ ରହିଥିବା କଥା କୁହାଯାଉଛି।

ad-week
Leave A Reply

Your email address will not be published.