ଝିଅର ଅଶ୍ଳୀଳ ଭିଡିଓ ଭାଇରାଲକୁ ବିରୋଧ କରିବାରୁ ଯବାନଙ୍କୁ ପିଟିପିଟି ହତ୍ୟା…

add-all

ଗାନ୍ଧିନଗର: ଜଣେ ବିଏସଏଫ ଯବାନଙ୍କୁ ଗୁଜରାଟର ନାଦିଆଦ ଠାରେ ପିଟିପିଟି ହତ୍ୟା କରାଯାଇଛି। ଏହି ଯବାନ ଜଣଙ୍କ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ତାଙ୍କ ଝିଅର ଅଶ୍ଳୀଳ ଭିଡିଓକୁ ବିରୋଧ କରିଥିଲେ। ଏହାକୁ ନେଇ ଭାଇରାଲ କରିଥିବା ପିଲାର ପରିବାର ଲୋକ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ପୁଲିସ୍‌ ଏହି ଘଟଣାରେ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଦିନ ଯବାନ ଜଣଙ୍କ ତାଙ୍କ ଝିଅର ଭିଡିଓ ଭାଇରାଲ କରିଥିବା ଚାକଲସି ଗାଁରେ ରହୁଥିବା ୧୫ ବର୍ଷୀୟ ପିଲାର ଘରେ ପହଞ୍ଚିଥିଲେ। ସେ ପିଲାର ପରିବାର ଲୋକଙ୍କ ସହ ଏ ବିଷୟରେ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ଯବାନଙ୍କ ପତ୍ନୀ, ଦୁଇ ପୁଅ ଓ ପୁତୁରା ମଧ୍ୟ ଉପସ୍ଥିତ ଥିଲେ।
ପିଲାଟିର ପରିବାର ଲୋକ ସମସ୍ତଙ୍କୁ ଗାଳି ଗୁଲଜ କରିବା ସହ ଏଠାରୁ ଚାଲି ଯିବାକୁ କହିଥିଲେ। କିନ୍ତୁ ଯବାନଙ୍କ ପରିବାର ଏହାକୁ ବିରୋଧ କରିଥିଲେ। ଶେଷରେ ପିଲାଟିର ପରିବାର ଓ ଆଉ କିଛି ସ୍ଥାନୀୟ ଲୋକ ମିଳିତ ଭାବେ ଯବାନଙ୍କୁ ଆକ୍ରମଣ କରିଥିଲେ। ଯବାନଙ୍କ ପରିବାର ଲୋକ ମଧ୍ୟ ଆକ୍ରମଣରୁ ରକ୍ଷା ପାଇ ନଥିଲେ। ଗୁରୁତର ଅବସ୍ଥାରେ ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଭିଡିଓ ଭାଇରାଲ କରିଥିବା ପିଲା ଓ ଯବାନଙ୍କ ଝିଅ ଗୋଟିଏ ସ୍କୁଲରେ ପଢ଼ନ୍ତି। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ରହିଥିଲା। ଏହାର ଫାଇଦା ଉଠାଇ ୧୫ ବର୍ଷୀୟ ପିଲାଟି ଯବାନଙ୍କ ଝିଅର ଆପତ୍ତିଜନକ ଭିଡିଓ ଶୁଟିଂ କରିଥିଲା। ଏହାପରେ ଏହାକୁ ସୋଶାଲ ମିଡିଆରେ ଭାଇରାଲ କରି ଦେଇଥିଲା। ଏ ସମ୍ପର୍କରେ କଥା ହେବାକୁ ଯବାନ ଜଣଙ୍କ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ କହିଛି। ଯବାନଙ୍କ ପରିବାର ଲୋକ ଦେଇଥିବା ଏଫଆଇଆରକୁ ଆଧାର କରି ପୁଲିସ୍‌ ଘଟଣାର ଅଧିକ ତଦନ୍ତ କରୁଛି।

ଅନ୍ୟପକ୍ଷରେ ଆଜି ବିଏସ୍‌ଏଫ ପକ୍ଷରୁ ଯବାନଙ୍କ ଅନ୍ତିମ ସଂସ୍କାର ତାଙ୍କ ଗାଁରେ କରାଯାଇଛି। ଏହି ସମୟରେ ବେଶ ଭାବବିହ୍ୱଳ ଦୃଶ୍ୟ ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.