ଜିଲ୍ଲାସ୍ତରୀୟ କିକ ବକ୍ସିଂରେ ୧୩ ଜଣ ସ୍ବର୍ଣ୍ଣ ଓ ୧୦ଜଣ ରୌପ୍ୟ ଜିତିଲେ…

add-all

ଫୁଲବାଣୀ : କନ୍ଧମାଳରୁ ୧୯ ଜଣ ପ୍ରତିଯୋଗୀ ଡିସେମ୍ବର ୧୮ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟି ଏସ ଜି ଗୁରୁକୁଳ ଗୋଠପାଟଣା, ମଲିପଡା ଠାରେ ଅନୁଷ୍ଠିତ ହେଇଥିବା ୱାକୋ ଓଡିଶା ଷ୍ଟେଟ ଆମତେର କିକ ବକ୍ସିଂ ଚାମ୍ପିୟନଶିପ ୨୦୨୨ ଚିଲଡ୍ରେନ କ୍ୟାଡ଼େ ଟ,ଜୁନିଅର ଏବଂ ସିନିଅର ନେସନାଲ କିକ ବକ୍ସିଂ ଚମ୍ପିୟାନ ସିପରେ ଭାଗ ନେବା ପାଇଁ କନ୍ଧମାଳ ଜିଲ୍ଲାରୁ କିକ ବକ୍ସିଂ ଆସୋସିସନ ତରଫରୁ ମୁଖ୍ୟ କୋଚ ତଥା ସାଧାରଣ ସମ୍ପାଦକ ବିଷ୍ଣୁ ଚରଣ ପ୍ରଧାନଙ୍କ ନେତୃତ୍ୱରେ ଡବଲ ଇଭେଣ୍ଟ ରେ ଅଂଶଗ୍ରହଣ କରିଥିଲେ l ସେଥି ମଧ୍ୟରୁ ସିଙ୍ଗଲ୍ ଏବଂ ଡବଲ ଇଭେଣ୍ଟରେ ୧୩ ଜଣ ଗୋଲ୍ଡ, ୧୦ ଜଣ ସିଲଭର, ୪ ଜଣ ପ୍ରତିଯୋଗୀ ବ୍ରୋଞ୍ଜ ପଦକ ପାଇଛନ୍ତି l ଗୋଲ୍ଡ ପାଇଥିବା ପ୍ରତିଯୋଗୀ ହେଲେ ମୁକେଶ ଦିଗାଲ ଦୁଇଟି, ଗାଳ୍ପିକ କହଁର ଦୁଇଟି, ଆଶୁତୋଷ ବେହେରା ଗୋଟିଏ,ବୀର ସୁନ୍ଦର ପ୍ରଧାନ, ଦିବ୍ୟଙ୍କ ସାହୁ, ନୀରାଲି ପ୍ରଧାନ ଗୋଟିଏ ଗୋଲ୍ଡ ଗୋଟିଏ ସିଲଭର ପାଇଥିବା ବେଳେ
ପାବନୀ ମଲ୍ଲିକ, ସିଦ୍ଧେଶ୍ଵର ଘଟାଲ ଗୋଟିଏ ଲେଖାଏଁ ଗୋଲ୍ଡ ପଦକ ହାସଲ କରିଛନ୍ତି l ସେହିପରି ଜୟ କିଶନ ଦିଗାଲ, ଶୁଭମ ବେହେରା, ସୁଜନ କୁମାର ଘଟାଲ ଗୋଟିଏ ସିଲଭର ଗୋଟିଏ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି l ସେହିପରି ଚିନ୍ମୟ ଜିତ ମେକାପ, ରମାକାନ୍ତ ସାହାଣୀ, ହିମାଂଶୁ ଦିଗାଲ, ଶାନ୍ତନୁ ଦିଗାଲ ସିଲଭର ପଦକ ହାସଲ କରିଛନ୍ତି l ଅନୁଷ୍ଠାନର ଅନ୍ୟ ପ୍ରତିଯୋଗୀ ମାନେ ମଧ୍ୟ ପଦକ ପାଇ ଅନୁଷ୍ଠାନକୁ ଏବଂ କନ୍ଧମାଳ ଜିଲ୍ଲାକୁ ଗର୍ବ ଓ ଗୌରବ ଆଣିଛନ୍ତି l ଏହି ସଫଳତା ପରେ ୱାକୋ ଓଡ଼ିଶା ମୁଖ୍ୟ ପରାମର୍ଶ ଦାତା ଭବାନୀ ପ୍ରସାଦ ମିଶ୍ର ଅଧ୍ୟକ୍ଷ କାର୍ତିକ ଡାକୁଆ ଏବଂ କନ୍ଧମାଳ ଜିଲ୍ଲା କିକ ବକ୍ସିଂ ସଂଗଠନର ସଭାପତି ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର କହଁର ଉପାଧ୍ୟକ୍ଷ ବିଷ୍ଣୁ ଚରଣ ପ୍ରଧାନ, ସଂଗଠନର କୋଷାଧ୍ଯକ୍ଷ ଏବଂ ପ୍ରତିଷ୍ଠାତା ଅରିତ କୁମାର ବେହେରା ସମେତ ଅଞ୍ଚଳର ସମସ୍ତ କ୍ରୀଡ଼ା ପ୍ରେମୀ କିକ ବକ୍ସିଂ ଖେଳାଳି ଅଭିନନ୍ଦନ ଜଣାଇଥିଲେ l ରାଜ୍ଯ ସରକାର ଖେଳ ପାଇଁ ବିଭିନ୍ନ ଯୋଜନା କରିବା ସହ ସହାୟତା ଘୋଷଣା କରୁଛନ୍ତି, ଯଦି ଏପରି ଅନୁଷ୍ଠାନକୁ ରାଜ୍ଯ ସରକାର କିମ୍ବା ପ୍ରଶାସନ ପକ୍ଷରୁ କିଛି ସହାୟତା ଯୋଗାଇ ଦିଆଯାନ୍ତା ତେବେ କନ୍ଧମାଳ ଜିଲ୍ଲାରୁ ଆହୁରି ଅଧିକ ପ୍ରତିଯୋଗୀ ଉପକୃତ ହୋଇପାରନ୍ତେ ବୋଲି ସଂଗଠନର କୋଷାଧ୍ଯକ୍ଷ ତଥା ପ୍ରତିଷ୍ଠାତା ଅରିତ କୁମାର ବେହେରା କହିଛନ୍ତି l

ad-week
Leave A Reply

Your email address will not be published.