
ହିଞ୍ଜିଳିକାଟୁ ୨୬।୧୨ ହିଞ୍ଜିଳିକାଟୁ ବ୍ଳକ ଶିକିରି ପଞ୍ଚାୟତର ପୂର୍ବତନ ବ୍ଳକ ଅଧ୍ୟକ୍ଷା ତଥା ଆଗ ଧାଡିର ନେତା ସୁରେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ପ୍ରଧାନଙ୍କ ଦେହାନ୍ତ ।ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ଶ୍ରୀମତୀ ପ୍ରଧାନ ସୋମବାର ପୂର୍ବାହ୍ନ ୯ଘଣ୍ଟ ସମୟରେ ନିଜ ଘରେ ଶିକିରି ଗ୍ରାମ ରେ ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରିଥିଲେ ଫଳରେ ପରିବାର ସଦସ୍ୟ ତାଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ କରାଉଥିବା ସମୟରେ ହିଞିଳିକାଟୁ ମେଡିକାଲ ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଜଣେ ସଫଳ ଧର୍ମପତ୍ନୀ ସହ ରାଜନୈତିକ କ୍ଷେତ୍ରରେ ନାରୀନେତ୍ରୀ ହେବା ସହ ମିଷ୍ଟଭାଷୀ, ପରୋପକାରୀ, ଧର୍ମପରାୟଣ ମହିଳା ଥିବାରୁ ତାଙ୍କର ମୃତ୍ୟୁ ରେ ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଲକ ସହ ଆଖ ପାଖ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ପୂଅ ନୟନ, ଛଅ ଝିଅ ଜ୍ୱାଇଁ, ନାତିନାତୁଣି ଙ୍କ ସହ ପୁତୂରା ଝିଆରୀ ଓ ଜାଆ ଉପସ୍ଥିତ ଥିଲେ। ହିଞ୍ଜିଳିକାଟୁ ବ୍ଲକ ରେ ୨୦୦୭ ମସିହା ଠାରୁ ଲଗାତାର ଦୁଇ ଥର ୨୦୧୭ ପର୍ଯ୍ୟନ୍ତ ସମିତିସଭ୍ୟା ଭାବରେ ନିର୍ଵାଚିତ ହୋଇ ଅଧ୍ୟକ୍ଷା ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଶ୍ରୀମତୀ ପ୍ରଧାନ ହିଞ୍ଜିଳିକାଟୁ ବ୍ଳକ ର ଅଧ୍ୟକ୍ଷ ଜନସାଧାରଣ ଙ୍କ ସୁବିଧା ନିମନ୍ତେ ଜଳଯୋଗାଣ ଠାରୁ ଆରମ୍ଭ କରି ରାସ୍ତା ଘାଟ ନିର୍ମାଣ ଶିକ୍ଷାନୁଷ୍ଠାନ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରିୟପାତ୍ର ହୋଇଥିଲେ। ଶ୍ରୀମତୀ ପ୍ରଧାନଙ୍କ ପରିବାର ୮୦ ଦଶକରୁ ରାଜନୈତିକ କ୍ଷେତ୍ରରେ ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଲକ ର ସୁନାମ ଅର୍ଜନ କରିଛନ୍ତି। ହିଞ୍ଜିଳିକାଟୁ ବ୍ଲକ ଓ ଏନଏସି ର ଅଧ୍ୟକ୍ଷ ଭାବେ ଶ୍ରୀମତୀ ପ୍ରଧାନ ଙ୍କ ଶ୍ବଶୁର ସ୍ଵର୍ଗତ ଚୌଧୁରୀ ପ୍ରଧାନ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ପରେ ୧୯୮୪ ଠାରୁ ଶ୍ରୀମତୀ ପ୍ରଧାନ ଙ୍କ ସ୍ବାମୀ ସୁରେନ୍ଦ୍ର ନାଥ ପ୍ରଧାନ ବିଜୁ ଜନତା ଦଳ ସମୟରୁ ବ୍ଳକ ସଭାପତି ରହିଆସୁଛନ୍ତି। ଶ୍ରୀ ପ୍ରଧାନ ୧୯୮୪ ମସିହା ଠାରୁ ୧୯୯୫ ପର୍ଯ୍ୟନ୍ତ ହିଞ୍ଜିଳିକାଟୁ ବ୍ଳକ ଅଧ୍ୟକ୍ଷ ଦାୟିତ୍ବ ନିର୍ବାହ କରିଥିଲେ। ବର୍ତମାନ କୃଷିବିପଣନ ବୋର୍ଡ଼ ଉପଦେଷ୍ଟା ଓ ବିଜେଡି ବ୍ଳକ ସଭାପତି ଅଛନ୍ତି।
ଶ୍ରୀମତୀ ପ୍ରଧାନ ଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ସକାଳେ ନିଜ ଗାଁ ଶିକିରି ପଂଚାୟତ ରିଷିକୁଲ୍ୟା ନଦୀ କୂଳରେ ଥିବା ସ୍ମଶାନ ରେ ଶେଷକୃତ୍ୟ ସଂପୂର୍ଣ୍ଣ ହୋଇଛି । ତାଙ୍କର ପୁଅ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ୬୮ ନଂ ଜିଲ୍ଲାପରିଷଦ ଜୋନ ସଭ୍ୟ ଏଳା ସୁଦର୍ଶନ, ୬୯ ନଂ ଜିଲ୍ଲାପରିଷଦ ସଭ୍ୟା ପ୍ରିତୀ ସାହୁ, ବିଜେଡି ନେତା ଅଜୟ କୁମାର ମହାରଣା, ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ, ଙ୍କ ସହ ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଲକ ର ରାଜନେତା, ପଦଧୀକାରୀ ଉପସ୍ଥିତ ରହି ଶ୍ରୀମତୀ ପ୍ରଧାନ ଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
