ଜମା ଅର୍ଥକୁ ଫେରାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ…

add-all

ବ୍ରହ୍ମପୁର : ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡ଼ା ପ୍ରାଥମିକ ସେବା ସମବାୟ ବ୍ୟାଙ୍କ୍ ଠାରୁ ଜମା ରାଶି ଫେରି ପାଉ ନଥିବାରୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଇଛନ୍ତି ସ୍ଥାନୀୟ ବସିନ୍ଧା। ଆଜି ବ୍ରହ୍ମପୁର ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସରରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଚାଲିଥିବା ବେଳେ ଲୋଚାପଡା ର କିଛି ବାସିନ୍ଧା ଏହିପରି ଅଭିଯୋଗ ନେଇ ଆସିଛନ୍ତି। ସୂଚନା ମୁତାବକ ୨୦୨୦ ମସିହା ଜାନୁୟାରୀ ମାସରେ ଉକ୍ତ ସମିତି (ମିନି ବ୍ୟାଙ୍କ)ରେ ଏକ ଅଗ୍ନିକାଣ୍ଡ ଘଟିଥିଲା। ଉକ୍ତ ଅଗ୍ନିକାଣ୍ଡରେ ସେଠାକାର ପରିଚାଳକ ଙ୍କ ମୃତ୍ୟୁ ଘଟିଥିଲା ଏବଂ ସମସ୍ତ ନଥିପତ୍ର ପୋଡ଼ି ନଷ୍ଟ ହୋଇଯାଉଥିଲା। ଠିକ୍ ଏହାର ପରବର୍ତ୍ତୀ ସମୟରୁ ସେଠାରେ ରହିଥିବା ବିଭିନ୍ନ ନଥିପତ୍ର ପୋଡିଯାଇଥିବା ଦର୍ଶାଇ ଲୋକଙ୍କ କଷ୍ଟ ଅର୍ଜିତ ଜମା ଅର୍ଥକୁ ଫେରସ୍ତ କରାଯାଉନାହିଁ । ଏହାକୁ ନେଇ ସ୍ଥାନୀୟ ଲୋକେ ଅନେକବାର ସମବାୟ ସମିତି କର୍ତ୍ତୁପକ୍ଷଙ୍କ ଠାରୁ ଆରମ୍ଭ କରି ଉପସ୍ଥିତ ଅଧିକାରୀଙ୍କୁ ବାରମ୍ୱାର ଗୁହାରି କରୁଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁନଥିବା ବେଳେ ଜମା ଅର୍ଥ ପ୍ରଦାନ କରାଯାଉନାହିଁ । ଯାହାକୁ ନେଇ ଗରୀବ ଶ୍ରେଣୀର ପରିବାର ମାନେ ନାନା ହଇରାଣ ହରକତ ହୋଇ ଆସୁଛି । ତେବେ ଉକ୍ତ ଜମା ରାଶିକୁ ତୁରନ୍ତ ଫେରି ପାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା।

ad-week
Leave A Reply

Your email address will not be published.