
ବୁଗୁଡ଼ା : ତା ୨୬/୧୨/୨୨ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଡିଗ୍ରୀ କଲେଜର ଏନ୍ଏସ୍ଏସ୍ ୟୁନିଟ୍ ପକ୍ଷରୁ ପୋଷ୍ଯଗ୍ରାମ ଡେହୁକା ଠାରେ ଆୟୋଜିତ ଶୀତକାଳୀନ ସ୍ବତନ୍ତ୍ର ଶିବିର ଆଜି ଉଦଯାପିତ ହୋଇଯାଇଛି । ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ଉକ୍ତ ଶିବିର ଅବସରରେ ସ୍ବେଚ୍ଛାସେବୀମାନେ ପୋଷ୍ଯଗ୍ରାମରେ ପରିମଳ ବ୍ୟବସ୍ଥାର ସୁଧାର ସକାଶେ ସଫେଇ କାର୍ଯ୍ୟ ସହ ଶୋଭାଯାତ୍ରା ଏବଂ ପଥପ୍ରାନ୍ତ ନାଟକ ପରିବେଷଣ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ଏଥିସହ ଗ୍ରାମବାସୀଙ୍କ ସାମାଜିକ ଓ ଅର୍ଥନୈତିକ ସର୍ଭେ କରାଯାଇଥିଲା । ଉକ୍ତ ସପ୍ତଦିବସୀୟ ସ୍ବତନ୍ତ୍ର ଶିବିରର ଉଦଯାପନୀ ଉତ୍ସବ କଲେଜ ଅଧ୍ୟକ୍ଷ ବିବେକାନନ୍ଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅତିଥି ଭାବେ ବାଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର ଯୋଗ ଦେଇ ସ୍ବେଛାସେବୀଙ୍କୁ ମାର୍ଗ ଦର୍ଶନ କରିବା ସହ ସେବାପରାୟଣ ମନୋବୃତ୍ତି ହିଁ ଉତ୍ତମ ନାଗରିକ ହେବାର ମାର୍ଗ ପ୍ରଶସ୍ତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏ ଅବସରରେ କାର୍ଯ୍ୟକ୍ରମ ଅଧିକାରିଣୀ ମିନତୀ ଆଚାରୀଙ୍କ ତତ୍ତ୍ବାବଧାନରେ ଅଧ୍ଯାପକ ପ୍ରେମାନନ୍ଦ ପ୍ରଧାନଙ୍କ ରଚିତ, କୃଷ୍ଣଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶିତ ଓ ନବଘନ ପ୍ରଧାନଙ୍କ ଦ୍ଵାରା ପରିଚାଳିତ ସଚେତନତା ମୂଳକ ସାମାଜିକ ନାଟକ ” ଦେଇଗଲା ମଦ, ଅଲାଜୁକ ପଦ ” ମଞ୍ଚସ୍ଥ ହୋଇ ଗ୍ରାମବାସୀଙ୍କ ମନ ଜିଣି ପାରିଥିଲା । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ଯାପକ ଜିତେସ୍ ରାଓ ଦୋରା , ଗୋପୀନାଥ ମହାନ୍ତି ଓ ଅମୀୟ କୁମାର ସ୍ବାଇଁ, ଅଧ୍ୟାପିକା ଭକ୍ତଲତା ମହାପାତ୍ର ଓ ସଲିଳା ନାୟକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।