ସୀମା ବିବାଦ: ବିଧାନସଭାରେ ପ୍ରସ୍ତାବ ପାରିତ କଲେ ସିନ୍ଦେ ସରକାର

add-all

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସୀମା ବିବାଦ ଚର୍ଚ୍ଚାର ବିଷୟ ପାଲଟିିଛି। ଏହି ବିବାଦ ଭିତାର ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଧାନସଭାରେ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଯାହାକୁ ସର୍ବସମ୍ମତିକ୍ରମେ ପାରିତ କରାଯାଇଛି।
ମହାରାଷ୍ଟ୍ରର ଏହି ପ୍ରସ୍ତାବରେ ୮୬୫ ମରାଠୀ ଭାଷାଭାଷୀ ଗାଁ ଅଛି ଏବଂ ଏହି ଗ୍ରାମଗୁଡିକୁ ମହାରାଷ୍ଟ୍ର ସୀମା ଭିତରକୁ ଅଣାଯିବ ବୋଲି କୁହାଯାଇଛି। ସୁପ୍ରିମକୋର୍ଟରେ ଏଥିପାଇଁ ଯାହା ଆବଶ୍ୟକ, ମହାରାଷ୍ଟ୍ର ସରକାର ତାହା କରିବେ ବୋଲି ସୂଚନା ଦିଆଯାଇଛି। ବେଲଗାମ, କାରବାର, ବିଦର, ନିପାନି, ଭାଲକିର ପ୍ରତିଟି ଇଞ୍ଚ ମହାରାଷ୍ଟ୍ରର ଅଂଶ ହେବ ବୋଲି ସିନ୍ଦେ ସରକାର ଉପସ୍ଥାପନ କରିଥିବା ପ୍ରସ୍ତାବରେ କୁହାଯାଇଛି।

ଗୁରୁବାର ମହାରାଷ୍ଟ୍ର ଉଠାଇଥିବା ସୀମା ବିବାଦକୁ ନିନ୍ଦା କରିଥିଲା କର୍ଣ୍ଣାଟକ। ମୁଖ୍ୟମନ୍ତ୍ରୀ ବସଭରାଜ ବମ୍ମାଇଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ପ୍ରସ୍ତାବକୁ ବହୁମତ ଦ୍ୱାରା ପାରିତ କରାଯାଇଥିଲା। କର୍ଣ୍ଣାଟକର ଭୂମି, ଜଳ ଭାଷା ଓ କନ୍ନଡବାସୀଙ୍କ ସ୍ୱାର୍ଥ ସହ ଜଡିତ କୌଣସି ବୁଝାମଣା ହେବ ନାହିଁ। ଆମେ ସମସ୍ତେ ଏକ ହୋଇ ରାଜ୍ୟ ହିତ ରକ୍ଷା କରିବା ଲାଗି ପ୍ରତିବଦ୍ଧିତ ବୋଲି ଉକ୍ତ ପ୍ରସ୍ତାବରେ କୁହାଯାଇଥିଲା।

ad-week
Leave A Reply

Your email address will not be published.