ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ଅଂଶଗ୍ରହଣ କରିବେ ମେହବୁବା ମୁଫତି

add-all

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆସନ୍ତା ମାସରେ ଜମ୍ମୁ କାଶ୍ମୀରରେ ପହଞ୍ଚିବା ପରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଯାତ୍ରାରେ ଯୋଗଦେବେ। ଭାରତ ଯୋଡୋ ଯାତ୍ରାରେ ଅଂଶଗ୍ରହଣ ପାଇଁ ତାଙ୍କୁ ନିମନ୍ତ୍ରଣ ମିଳିଛି ବୋଲି ନିଜେ ସୂଚନା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି।
‘କଶ୍ମୀରରେ ଭାରତ ଯୋଡୋ ଯାତ୍ରା ପାଇଁ ରାହୁଲ ଗାନ୍ଧୀ ଜୀଙ୍କ ସହ ଯୋଗଦେବାକୁ ମୋତେ ଆଜି ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଛି। ମୁଁ ତାଙ୍କର ଅଦମ୍ୟ ସାହସକୁ ସଲାମ କରୁଛି ଏବଂ ମୁଁ ବିଶ୍ୱାସ କରେ ଯେ ଫାସିବାଦୀ ଶକ୍ତିକୁ ଚ୍ୟାଲେଞ୍ଜ କରିବାର ସାହସ ଥିବା ବ୍ୟକ୍ତିଙ୍କ ସହ ଠିଆ ହେବା ମୋର କର୍ତ୍ତବ୍ୟ। ଏକ ଉତ୍ତମ ଭାରତ ଆଡକୁ ତାଙ୍କ ପଦଯାତ୍ରାରେ ତାଙ୍କ ସହ ଯୋଗ ଦେବି’ ବୋଲି ସେ ଘୋଷଣା କରିଛନ୍ତି।

କଂଗ୍ରେସର ଭାରତ ଯୋଡୋ ଯାତ୍ରା ଜାନୁଆରି ୨୦ରେ ଜମ୍ମୁ କାଶ୍ମୀରରେ ପହଞ୍ଚିବ। ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ଦେଶର ତୃଣମୂଳ ସ୍ତରରେ ପହଞ୍ଚିବା ଲକ୍ଷ୍ୟ ନେଇ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ତାମିଲନାଡୁରୁ ଆରମ୍ଭ କରିଥିଲା ଏବଂ ଏପର୍ଯ୍ୟନ୍ତ ଅନେକ ରାଜ୍ୟ ଦେଇ ଯାତ୍ରା କରିଛି, ଯେଉଥିରେ ଅନେକ ରାଜନୈତିକ ନେତା ଏବଂ ଅନ୍ୟ ସେଲିବ୍ରିଟି କଂଗ୍ରେସର ଏହି ଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ad-week
Leave A Reply

Your email address will not be published.