ବନବାସୀ କଲ୍ୟାଣ ଆଶ୍ରମର ପ୍ରତିଷ୍ଠା ଦିବସ ପାଳିତ…

add-all

ବ୍ରହ୍ମପୁର : ବନବାସୀ କଲ୍ୟାଣ ଆଶ୍ରମ ବ୍ରହ୍ମପୁର ଓଡ଼ିଶା ତରଫରୁ ୭୦ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ରାମହରି ନଗର ସରସ୍ୱତୀ ଶିଶୁମନ୍ଦିର ପରିସର ମଧ୍ୟେ ସଭାପତି ଡ଼, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଅଛି। ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଡ଼, ଭଗବାନ ତ୍ରୀପାଠୀ, ବିଭାଗ ସଭାପତି ଶ୍ରୀ ଚିତ୍ତରଞ୍ଜନ ପଣ୍ଡା ଅଖିଳ ଭାରତ ମହାମନ୍ତ୍ରୀ ବିଜୟ ମହାନ୍ତି, ସମ୍ପାଦକ କୁମୁଦ ଚନ୍ଦ୍ର ସାମଲ ପ୍ରମୁଖ ମଞ୍ଚା। ସୀନ ଥିଲେ । ଦୀପ ପ୍ରଜ୍ବଳନ ପରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ସମ୍ପାଦକ କୁମୁଦ ଚନ୍ଦ୍ର ସାମଲ ବିବରଣୀ ପଠନ ସହ ସଂଯୋଜନା କରିଥିଲେ। ବିଭାଗ ସଭାପତି ଶ୍ରୀ ଚିତ୍ତରଞ୍ଜନ ପଣ୍ଡା ବନବାସୀ କଲ୍ୟାଣ ଆଶ୍ରମର ପ୍ରତିଷ୍ଠା, ଉଦ୍ଦେଶ୍ୟ, ଓ ସଦ୍ୟ ଗୌହାଟୀ ରେ ହୋଇଥିବା ଜାତୀୟ ସମ୍ମିଳନୀ ଉପରେ ନିଜ ଅନୁଭୁତି ବର୍ଣ୍ଣନା କରିଥିଲେ । ଅଖିଳ ଭାରତ ମହାମନ୍ତ୍ରୀ ଶ୍ରୀ ବିଜୟ ମହାନ୍ତି ସଂଗଠନ ର ଅଖିଳ ଭାରତ ସ୍ତରୀୟ ଲକ୍ଷ୍ୟ,ଉଦ୍ଦେଶ ଭାରତୀୟ ଜନଜାତି ପାଇଁ କରାଯାଇଥିବା ବିବିଧ ପ୍ରକଳ୍ପ ଏ ହାର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ। ସଭାପତି ଡ଼ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ନିଜ ଅନୁଭୁତି ରୁ ଗଞ୍ଜାମ ଜିଲ୍ଲା ଓ ଗଜପତି ଜିଲ୍ଲାରେ କରାଯାଇଥିବା ସକରାତ୍ମକ ପଦକ୍ଷେପ ଉପରେ ସୁଚନା ଦେଇଥିଲେ । ଏ ହାପରେ ଶିଶୁ ମନ୍ଦିର ରେ ପଢୁଥିବା ଜନୈକ ଜନଜାତି ବିଦ୍ୟାର୍ଥି ଙ୍କ ଜନ୍ମଦିନ ଥିବାରୁ ଉପସ୍ଥିତ ଶୁଭଚିନ୍ତକ ତଥା ପ୍ର ବୁଦ୍ଧ ସୁଧି ବୃନ୍ଦ ଆଶୀର୍ବାଦ ପ୍ରଦାନ କରିଥିଲେ । ଏ ହିଁ କାର୍ଯ୍ୟକ୍ରମ ରେ ଶ୍ରୀ ପିତବାସ ପଣ୍ଡା, ସମୀର କୁମାର ସାବତ, ଡ଼ ପ୍ରଶାନ୍ତ କୁମାର ପତି ଲାଲ ବାହାଦୂର୍ ପଟନାୟକ, ବିଶିଷ୍ଟ ଶିକ୍ଷାବିତ୍ ଶ୍ୟାମସୁନ୍ଦର ଖାଡଙ୍ଗା, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଷଷ୍ଠୀ ଶଙ୍କର ବିଷୋୟୀ, କିଶୋର କୂମାର ସ୍ବାଇଁ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତି ସହଯୋଗ କରିଥିଲେ ଶେଷ ରେ ଶ୍ୟାମ ସୁନ୍ଦର ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।

ad-week
Leave A Reply

Your email address will not be published.