ଜିଲ୍ଲା ସ୍ତରୀୟ ଦୁଇଦିନିଆ ଚେସ ତାଲିମ କାର୍ଯ୍ୟକ୍ରମ…

ଫୁଲବାଣୀ :-କନ୍ଧମାଳ ଜିଲ୍ଲାରେ ଚେସଖେଳକୁ ପ୍ରୋତ୍ସାହନ ଦେବା ପାଇଁ କନ୍ଧମାଳ ଜିଲ୍ଲା ଚେସ ଏସୋସିଏସନ ପକ୍ଷରୁ ସ୍ଥାନୀୟ ଏଜେ ଓ ହାଇସ୍କୁଲ ପରିସରରେ ଦୁଇଦିନିଆ ଜିଲା ସ୍ତରୀୟ ଚେସ ତାଲିମ କାର୍ଯ୍ୟକ୍ରମ ଆଜି ମଙ୍ଗଳବାର ଉଦଘାଟିତ ହୋଇଛି l ରାଜ୍ୟର ଜଣାଶୁଣା ଅଭିଜ୍ଞ କୋଚ ତାଲିମ ଦାତା ରାଜେନ୍ଦ୍ର କୁମାର ସାହୁ ତାଲିମ ପ୍ରଦାନ କରୁଛନ୍ତି ।
ବିଶେଷ କରି ହାଇ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ, ପିଇଟି ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ଫଳରେ ସେମାନେ ହାଇସ୍କୁଲ ପିଲାମାନଙ୍କୁ ତାଲିମ ଦେବେ ଓ ଚେସ ପ୍ରତି ଆଗ୍ରହ ସୃଷ୍ଟି କରିବେ ।ପରେ ଚେସ ଏସୋସି ଏସନ ପକ୍ଷରୁ ହାଇସ୍କୁଲ ସ୍ତରୀୟ ଚେସ ପତିଯୋଗିତା ଅନୁଷ୍ଠିତ ହେବ ।ମୁଖ୍ୟମନ୍ତ୍ରୀ ମଧ୍ୟ ସ୍କୁଲରେ ଚେସ ଖେଳକୁ ପ୍ରାଧାନ୍ୟ ଦେଇ ଚେସ ଇନ ସ୍କୁଲ କାର୍ଯ୍ୟ କ୍ରମ ହାତକୁ ନେଇଛନ୍ତି ।ଏହି ଅବସରରେ ଆୟୋଜିତ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା, ଜିଲ୍ଲା ଚେସ ଏସୋସିଏସନ ସଭାପତି କେ ଜ୍ଞାନ ରଞ୍ଜନ ଦୋରା, ପରାମର୍ଶ ଦାତାବରିଷ୍ଠ ସାମ୍ବାଦିକ ଡଃ ଅରୂପ ଜେନା, ଜିଲ୍ଲା ପ୍ରେସ କ୍ଲବ ସଭାପତି ତଥା ଚେସ ଏସୋସିଏସନ ସଂଗଠନ ସମ୍ପାଦକ ସୁନୀଲ
ପଟ୍ଟନାୟକ ,ଫିଜିକାଲ ଟ୍ରେନିଂ ଇନଷ୍ଟ୍ରକ୍ଟର ରଙ୍କ ନିଧୂ ବେହେରା, ସଦସ୍ୟ ତଥା ଜିଲ୍ଲା ସାମ୍ବାଦିକ ସଙ୍ଘ ସମ୍ପାଦକ ଅଶୋକ ପରିଡା ପ୍ରମୁଖ ଯୋଗ ଦେଇ ଚେସ ଖେଳିବା ଦ୍ବାରା ଖେଳାଳି ମାନଙ୍କ ମାନସିକ ଓ ବୌଦ୍ଧିକ ବିକାଶରେ ସହାୟତା କରିଥାଏ ବୋଲି କହିଥିଲେ I କନ୍ଧମାଳ ଜିଲ୍ଲାରେ ଚେସ ଖେଳର ପ୍ରଚାର ପ୍ରସାର ଦିଗରେ ଜିଲ୍ଲା ଭୂମିକା ଗୁରୁତ୍ୱ ପୁର୍ଣ ବୋଲି ମୁଖ୍ୟ ଅତିଥ୍‌ ଶ୍ରୀ ଚେସ ଏସୋ ସିଏସନର ବେହେରା କହିଥିଲେ ।

ad-week
Leave A Reply

Your email address will not be published.