ସାଇବର ଠକେଇ ପ୍ରତିରୋଧ ଉପରେ ସଚେତନତା…

add-all

ଫୁଲବାଣୀ :- ଆଜିର ସମାଜରେ ସାଇବର ଠକେଇରୁ କିପରି ସତର୍କ ଓ ସଜାଗ ହୋଇପାରିବେ ସେହି ସମ୍ବନ୍ଧରେଫୁଲବାଣୀ ସ୍ଥିତ ସାଇନସ୍ ପାର୍କ ଠାରେ ଅଗ୍ରଣୀ ସଚ୍ଛାସେବୀ ଅନୁଷ୍ଠାନ ସ୍ଵାତି ଆନୁକୁଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ସାଇବର ବିଶେଷଜ୍ଞ ବିଶ୍ବଜିତ ସାହୁ ବିଭିନ୍ନ ସ୍ତରରେ ହେଉଥିବା ବ୍ୟାଙ୍କ, ମୋବାଇଲ, ଇନ୍ଟରନେଟ ଠକେଇ ଓ ସେଥିରୁ କିପରି ସତର୍କତା ସଠିକ ମୁକାବାଲି କରିହେବ ସେ ଦିଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଓ ଏଥି ସହ ଅଂଶଗ୍ରହଣ କାରିଙ୍କ ବିଭିନ୍ନ ପ୍ରଶ୍ନର ସମାଧାନ ରଖିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଯଥା ଛାତ୍ର ଛାତ୍ରୀ, ବରିଷ୍ଠ ନାଗରିକ, ସାମ୍ବାଦିକ, ବୁଦ୍ଧିଜିବୀ, ଆଇନଜିବୀ ନିଜ ଜୀବନ ରେ ଘଟିଥିବା ଏହିପରି ଘଟଣାର ଦୃଷ୍ଟାନ୍ତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ପୂର୍ବତନ ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସ, ତତ୍ ସହିତ ପ୍ରତିଷ୍ଠିତ ଆଇନିଜିବୀ ବିଜୟ କୃଷ୍ଣ ପଟ୍ଟନାୟକ, ବରିଷ୍ଠ ନାଗରିକ ମଂଚର ଅରୁପ ଜେନା, ନବକିଶୋର ରଥ, ନବିନ କିଶୋର ପଣ୍ଡା, ପଦ୍ମଚରଣ ସାହୁ, ବିକାଶ ଚନ୍ଦ୍ର ମହାନ୍ତି ଯୋଗ ଦେଇଥିଲେ । ସ୍ଥାନିୟ ମହାବିଦ୍ୟାଳୟର ଅଧ୍ୟାପିକା ଜୋତିର୍ମୟୀ କହଁର, ଦୁଷ୍ମନ୍ତ ମାର୍ଥା, କବିରାଜ ବେହେରାଙ୍କ ସହ ଛାତ୍ର ଓ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ସ୍ୱାତୀର ସଂପାଦକ ହରିଶଙ୍କର ରାଉତ, ପ୍ରଦିପ କୁମାର ସ୍ଵାଇଁ କାର୍ଯ୍ୟକ୍ରମକୁ ସଠିକ ପରିଚାଳନା ସହ ଆଗାମୀ ଦିନରେ ପ୍ରତେକ ମାସରେ ଏହି ପରି ବିଜ୍ଞାନ ସମ୍ବନ୍ଧୀୟ ଆଲୋଚନା ଚକ୍ର ହେବା ପାଇଁ ପ୍ରସ୍ତାବ ରଖିଥିଲେ ।

ad-week
Leave A Reply

Your email address will not be published.