ଜାତୀୟ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳନ…

add-all

ଦାରିଙ୍ଗବାଡ଼ି, ୨୮/୧୨ : କନ୍ଧମାଳ ଜିଲା, ଦାରିଙ୍ଗବାଡି ବ୍ଲକ କଂଗ୍ରେସ ପକ୍ଷରୁ ଜାତୀୟ କଂଗ୍ରେସ ଦିବସ ପାଳନ କରିଛନ୍ତି। ବ୍ଲକ ଅଞ୍ଚଳର ବିଭିନ ପଞ୍ଚାୟତରୁ ଆସିଥିବା କଂଗ୍ରେସ କର୍ମୀମାନେ ଦାରିଙ୍ଗବାଡ଼ି ସ୍ଥିତ ପଥ ପ୍ରାନ୍ତ ସେବା କେନ୍ଦ୍ରରେ ଏକତ୍ରିତ ହୋଇ, ପ୍ରଥମେ ଗଠିତ ହୋଇଥିବା ଜାତୀୟ କଂଗ୍ରେସର ସଦସ୍ୟ ମାନେ କେଉଁମାନେ ଥିଲେ, ସମାଜ ତଥା ଦେଶପାଇଁ ସେମାନଙ୍କ ଅବଦାନ କଣ ଥିଲା ବରିଷ୍ଠ କଂଗ୍ରେସ କର୍ମୀ ତଥା ଜିଲା କାର୍ଯ୍ୟ କାରିଣୀ ସଦସ୍ୟ ବିଦ୍ୟାଧର ମଲିକ ନିଜ ବକ୍ତବ୍ୟରେ ବିସ୍ତୃତ ଭାବେ ରଖିଥିଲେ। ଉପସ୍ଥିତ ବରିଷ୍ଠ ସଦସ୍ୟ ମାନେ ନିଜ ନିଜ ବହୁ ମୂଲ୍ୟ ମତାମତ ରଖିଥିଲେ।ଏହି କାର୍ଯ୍ୟ କ୍ରମରେ ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ବିଳାସିନୀ ନାୟକ, ବରିଷ୍ଠ କଂଗ୍ରେସ ସଦସ୍ୟ ଜ୍ୟୋତିରଞ୍ଜନ ନାୟକ, ରାଜ୍ୟ ଏସସି ସେଲ ସଦସ୍ୟ ପ୍ରଭଞ୍ଜନ ନାୟକ, ଶରତ ପ୍ରଧାନ, ବାମଦେବ ପ୍ରଧାନ,ବାଲିକର ପ୍ରଧାନ, କଳାକାର ପ୍ରଧାନ, ପ୍ରୀୟତମ ପ୍ରଧାନ, ସନ୍ତୋଷ ପ୍ରଧାନ, ରଞ୍ଜିତ ପ୍ରଧାନ, ସବୁଙ୍ଗା ମଲିକ, ସୁରୁଚିନା ପ୍ରଧାନ ଓ ନାଇଙ୍ଗା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.