
ମାଲକାନଗିରି,୨୮l୧୨ : ମାଲକାନଗିରି ଜିଲ୍ଲାରେ ହଜାର ହଜାର ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଦୀର୍ଘ ଦିନ ଧରି ବିଭିନ୍ନ ଦାବି ନେଇ ଧାରଣା ଦେଇ ଆସୁଥିବା ବେଳେ ଆଜି ସେମାନେ ରାଜ ରାସ୍ତାକୁ ଆସି ଦାବି ପୂରଣ ପାଇଁ ନାରା ଦେବା ଏକ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି । ଆଜକୁ ଦିର୍ଘ ୩୮ ଦିନ ହେବ ଏହି ଅଙ୍ଗନବାଡି କର୍ମୀ ମାନେ ବ୍ଲକ ସଦର କାର୍ଯ୍ୟାଳୟରେ ଆଠ ଦଫା ଦାବି ନେଇ ଆନ୍ଦୋଳନ କରୁଥିବା ବେଳେ ଦାବି ଗୁଡିକ ପୂରଣ ନକରିବାରୁ ଆଜି ଜିଲ୍ଲାର ସମସ୍ତ ଅଙ୍ଗନବାଡି କର୍ମୀ ନିଜର ଦାବି ପୂରଣ ପାଇଁ ପୁଣିଥରେ ରାଜ ରାସ୍ତାକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସରକାରଙ୍କୁ ତୁରନ୍ତ ସେମାନଙ୍କ ଦାବି ମାନି ନେବା ସହ ସମାନ କାମକୁ ସମାନ ଦରମା ଦିଅର ନାରା ନାରା ଦେଇ ବିକ୍ଷୋଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ନାରାବାଜି କରିଛନ୍ତି । ଆଗକୁ ଜିଲ୍ଲାର ସମସ୍ତ ପଞ୍ଚାୟତ ସ୍ତରରେ ଏହି ଆନ୍ଦୋଳନ ଜାରି ରଖିବେ ବୋଲି ଏମାନେ ଚେତାବନୀ ମଧ୍ୟ ଦେଇଛନ୍ତି । ତେବେ ଆଜି ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ରାସ୍ତାରେ ପ୍ରବଳ ଭିଡ ଯୋଗୁଁ ଯାତାୟାତ ବାଧା ପ୍ରପାତ ହେବା ସହ ଅନେକ ଗାଡି ଓ ଆମ୍ବୁଲାନ୍ସ ମଧ୍ୟ କିଛି ସମୟ ପାଇଁ ଅଟକି ରହିଥିବା ଦେଖିବାକୁ ମିଳିଥିଲା ।