କଂଗ୍ରେସ ଓ ବିଜେପି ସମାନ : ଭାରତ ଯୋଡ଼ୋ ଯାତ୍ରାକୁ ନେଇ ଏମିତି କହିଲେ ଅଖିଳେଶ ଯାଦବ…

add-all

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତଯୋଡ଼ୋ ଯାତ୍ରା ଜନ ଆଦୃତି ଲାଭ କରି ଚର୍ଚ୍ଚାରେ ଥିବା ବେଳେ ଏହି କାର୍ଯ୍ୟକ୍ରମଠାରୁ ନିଜକୁ ଦୂରେଇ ରଖିଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ଭାରତ ଯୋଡ଼ୋ ଯାତ୍ରା ସମ୍ପର୍କରେ ମତ ଦେଇ ସେ କହିଛନ୍ତି ଯେ, ଆମ ଦଳର ବିଚାଧାରା ଭିନ୍ନ। ବିଜେପି ଏବଂ କଂଗ୍ରେସ ହେଉଛନ୍ତି ସମାନ। ଗଣମାଧ୍ୟମ ପ୍ରତିନିଧିମାନେ ଅଖିଳେଶଙ୍କୁ ଭାରତ ଯୋଡ଼ୋ ଯାତ୍ରା ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଯଦି ଯାତ୍ରାରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଆସେ ସେ ଯୋଗ ଦେବେକି ନାହିଁ ପ୍ରଶ୍ନ ହୋଇଥିଲା।

ସେ କହିଥିଲେ ଯେ, ଯଦି ଆପଣଙ୍କ ପାଖକୁ ସେମିତି କିଛି ନିମନ୍ତ୍ରଣ ଆସେ ତେବେ ମୋ ପାଖକୁ ପଠାଇ ଦେବ ବୋଲି ସେ କହିଥିଲେ। ଆସନ୍ତା ଜାନୁଆରି ୩ ତାରିଖରେ ଭାରତ ଯୋଡ଼ୋ ଯାତ୍ରା ଉତ୍ତରପ୍ରଦେଶରେ ପ୍ରବେଶ କରିବ। ଅଖିଳେଶ କହିଛନ୍ତି ଯେ, ଆମର ଭାବାବେଗ ତାଙ୍କ ସହ ଅଛି। ଏପର୍ଯ୍ୟନ୍ତ ମୁଁ କୌଣସି ନିମନ୍ତ୍ରଣ ପାଇ ନାହିଁ। ଏମିତିକି ଏହି ଯାତ୍ରା ପାଇଁ କେବଳ ସମାଜବାଦୀ ପାର୍ଟି ନୁହଁ ବରଂ ବହୁଜନ ସମାଜବାଦୀପାର୍ଟିକୁ ନିମନ୍ତ୍ରଣ କରାଯାଉ ଥିବା କଂଗ୍ରେସ ମହଲରେ କଥା ଉଠୁଥିବା ସେ କହିଛନ୍ତି।

ସେପଟେ କୋଭିଡ୍ ନିୟମ ପାଳି ନ ପାରିଲେ ଭାରତ ଯୋଡ଼ୋ ଯାତ୍ରା ବନ୍ଦ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ରାହୁଲ ଗାନ୍ଧି ଓ ଅଶୋକ ଗେହଲଟଙ୍କୁ ଚିଠି ଲେଖିବା ପରେ ଏହାକୁ ନେଇ ରାହୁଲ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ରାହୁଲ କହିଛନ୍ତି ଯେ କେନ୍ଦ୍ର ସରକାର ଭାରତ ଯୋଡ଼ୋ ଯାତ୍ରାର ସଫଳତା ଦେଖି ସରକାର ଡରି ଯାଇଛନ୍ତି । ଏହାକୁ ରୋକିବା ପାଇଁ କରୋନା ବାହାନା କରୁଛନ୍ତି। ତେବେ କୌଣସି ସ୍ଥିତିରେ ବି ଯାତ୍ରା ବନ୍ଦ ହେବନାହିଁ ବୋଲି ରାହୁଲ କହିଛନ୍ତି।

ad-week
Leave A Reply

Your email address will not be published.