ନୂଆବର୍ଷରୁ କରୋନା ପାଇଁ ନୂଆ ନିୟମ, ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ…

add-all

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବାରୁ ନୂଆବର୍ଷ ଅର୍ଥାତ ୨୦୨୩ ଜାନୁଆରୀ ୧ରୁ ଦେଶରେ ଲାଗୁ ହେବ ନୂଆ ନିୟମ। ଚାଇନା ଓ ଅନ୍ୟ ୫ ଦେଶରୁ ଆସୁଥିବା ଲୋକମାନଙ୍କୁ ଏଣିକି ନିଜର କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ଭାବେ ଦେଖାଇବାକୁ ପଡ଼ିବ। ସେମାନେ ନେଗେଟିଭ ରିପୋର୍ଟ ଦେବା ପରେ ହିଁ ଭାରତ ଆସିବାକୁ ଅନୁମତି ପାଇବେ। ଏହି ନୂଆ ନିୟମ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଚାଇନା, ହଂକଂ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଓ ଥାଇଲ୍ୟାଣ୍ଡରୁ ଆସୁଥିବା ଲୋକମାନଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏହି ସବୁ ଦେଶରୁ ଭାରତ ଆସିବାକୁ ଥିବା ଲୋକମାନେ ପ୍ରଥମେ ନିଜର ନେଗେଟିଭ ରିପୋର୍ଟ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବେ। ଏହାପରେ ସେମାନଙ୍କୁ ଭାରତ ଅଭିମୁଖେ ଉଡ଼ାଣ କରିବାକୁ ଅନୁମତି ମିଳିବ ବୋଲି ସେ କହିଛନ୍ତି।
ଚାଇନା ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏବେ ମହାମାରୀ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଭାରତରେ ମଧ୍ୟ କରୋନାର ନୂଆ ଭାରିଏଣ୍ଟ ଠାବ ହୋଇଛି। କାଳେ ସଂକ୍ରମଣ ବ୍ୟାପିବ, ସେଥିପାଇଁ ଭାରତ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

ଏହାପୂର୍ବରୁ ଭାରତ ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କରୋନାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ। ସେହିପରି ଶନିବାର ଠାରୁ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ମଧ୍ୟରୁ ୨% ଲୋକଙ୍କର କରୋନା ଟେଷ୍ଟ ଏୟାରପୋର୍ଟରେ ଆରମ୍ଭ ହୋଇଛି।

ad-week
Leave A Reply

Your email address will not be published.