ପ୍ରାଣୀ ବିଭାଗ ପକ୍ଷରୁ ୭୦ପରିବାରଙ୍କୁ ଗିରିରାଜ କୁକୁଡ଼ା ଚିଆଁ ପ୍ରଦାନ…

add-all

ଦାରିଙ୍ଗବାଡ଼ି,୨୯/୧୨ : ଦାରିଙ୍ଗବାଡ଼ି ପ୍ରାଣୀ ବିଭାଗ ପକ୍ଷରୁ ଅନୁସୂଚିତ ଜାତି ଓ ଜନଜାତି ଶ୍ରେଣୀର ଆର୍ଥିକ ଦୁର୍ବଳ ଓ ବିଧବା ହିତାଧି କାରୀଙ୍କୁ ଅର୍ଥନୈତିକ କ୍ଷେତ୍ରରେ ବିକାଶ କରିବା ପାଇଁ ୭୦ ପରିବାରଙ୍କୁ ଘର ଅଗଣାରେ କୁକୁଡ଼ା ପାଳନ କରିବା ପାଇଁ ପ୍ରାଣୀ ଚିକିତ୍ସାଳୟ ପରିସରରେ ଗିରିରାଜ କୁକୁଡ଼ା ଚିଆଁ ପ୍ରଦାନ କରିଛନ୍ତି। ପ୍ରତେକ ହିତାଧିକାରୀଙ୍କୁ ୨୫ଟି ଲେଖାଏଁ କୁକୁଡ଼ା ଚିଆଁ ସହିତ ଖାଦ୍ୟ ବାବଦକୁ ୫୦୦ଟଙ୍କା ତାଙ୍କ ସଞ୍ଚୟ ଖାତାକୁ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତର ହିତାଧିକାରୀ ଆସି କୁକୁଡ଼ା ଚିଆଁ ନେଇଥିଲ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ସମିତି ଅଧ୍ୟକ୍ଷ ଶୁଶାନ୍ତ ପ୍ରଧାନ, ଅନ୍ୟ ତମ ଅତିଥି ଭାବେ ସରକାରୀ ଆଇନଜୀବୀ ଦିଲ୍ଲୀପ କୁମାର ବାଲିଆରସିଂ, ସମ୍ମନିତ ଶିଶୁ ବିକାଶ ଯୋଜନା ପ୍ରତିନିଧି ସରୋଜ ଦିଗଲଙ୍କ ଉପସ୍ଥିତରେ ବ୍ଳକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ଦୀପକ ପ୍ରଧାନଙ୍କ ଅଧ୍ୟକ୍ଷତାରେ ହିତାଧିକାରୀଙ୍କୁ କୁକୁଡ଼ା ଚିଆଁ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଭ୍ରମରବାଡ଼ି ପ୍ରାଣୀଧନ ନିରୀକ୍ଷକ ଧୀରେନ୍ଦ୍ର ଦଳବେହେରା , ଅତିରିକ୍ତ ପ୍ରାଣୀଧନ ନିରୀକ୍ଷକ ହର୍ଷବର୍ଦ୍ଧନ ବିଷୋୟୀ, ପିଅନ ନିରଞ୍ଜନ ନାୟକ ପରିଚାଳନାରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.