ସାପ କାମୁଡ଼ାରେ ଶିଶୁ ମୃତ୍ୟୁ…

add-all

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଅନ୍ତର୍ଗତ ସାରୁ ଗ୍ରାମରେ ଵୁଧବାର ସାପ କାମୁଡାରେ ଶିଶୁର ମୃତ୍ୟୁ ଘଟିଛି।ମୃତକ ଶିଶୁ ଜଣକ ହେଲେ ଶୁଭଲକ୍ଷ୍ମୀ ସାହୁ( ୪)। ସୂଚନା ମୁତାବକ, ମଙ୍ଗଳବାର ଦିନ ଶୁଭଲକ୍ଷ୍ମୀ ନଜ ଘରେ ଖେଳୁଥିବା ସମୟରେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ଶୁଭଲକ୍ଷ୍ମୀ ଗୁରୁତର ହେବାରୁ ପରିବାର ଲୋକେ ହିଞିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଶୁଭଲକ୍ଷ୍ମୀ ର ଅବସ୍ଥା ସଙ୍କଟାପନ୍ନ ହେବାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନିଆଯାଈଥିଲା।ବୁଧବାର ଶୁଭଲକ୍ଷ୍ମୀ ର ଚିକିତ୍ସାଧିନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା ଏହି ଦୁଃଖଦ ଖବର ଜାଣିଲା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ସାରୁ ଗ୍ରାମର ଯୁବ ସାମାଜିକ କର୍ମୀ ଉମାଶଙ୍କର ସାହୁ ଵ୍ରହ୍ମପୁର ବଡ ଡାକ୍ତରଖାନାରେ ପହଞ୍ଚି ମୃତ ଶିଶୁଙ୍କ ପରିବାରକୁ ଭେଟି ସାନ୍ତନା ଦେବା ସହ ଶଵଵ୍ୟଵଛେଦ କରାଇ ଵୁଧବାର ଗ୍ରାମକୁ ଶଵ ଆଣିଥିଲେ। ଗରିବ ପରିବାରକୁ ସରକାରୀ ସାହାଯ୍ୟ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ad-week
Leave A Reply

Your email address will not be published.