ମାନସିକ ସ୍ୱାସ୍ଥ୍ୟସେବା ଗ୍ରହଣ କଲେ ପରିବାର…

add-all

ଫୁଲବାଣୀ : ଜିଲ୍ଲା ମୁଖ୍ୟ ଚିକିତ୍ସାୟଳର ମାନସିକ ସାସ୍ଥ୍ୟ ବିଭାଗରେ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ସ୍ଥିରିକୃତ ମାସିକ ୨ ଦିନ ଚିକିତ୍ସା କରାଯାଇଥାଏ । ଗତ ୨୮/୧୨/୨୦୨୨ ଦିନ ୧୪୪ ଟି ଅସୁସ୍ଥ ବ୍ୟକ୍ତି ବିଭିନ୍ନ ବ୍ଳକର ଆସି ମାନସିକ ବିଶେଷଜ୍ଞ ଡା ସ୍ୱାତୀ ମିଶ୍ର ଦ୍ବାରା ଚିକିତ୍ସିତ କରା ଯାଇଥିଲା । ସ୍ୱାତୀ ଅନୁଷ୍ଠାନ କନ୍ଧମାଳ ଜିଲ୍ଲା ର ଦୁଇ ଗୋଟି ବ୍ଲକ ଯଥା ଫୁଲବାଣୀ ଓ ଫିରିଙ୍ଗିଆ ରେ ମାନସିକ ସ୍ବାସ୍ଥ୍ୟ ସଚେତନତା। ଫଳରେ ୭୩ ଜଣ ମାନସିକ ଅସୁସ୍ଥ ବ୍ୟକ୍ତି ଓ ତାଙ୍କର ପରିବାର ର ଲୋକ ଆସି ଡାକ୍ତରି ପରାମର୍ଶ କରିଥିଲେ । ସେଥିମଧ୍ୟରୁ ଅଧିକାଂଶ ପରିବାର ଅନ୍ଧବିଶ୍ବାଶ ଓ ଗୁଣି ଗାରେଡିକୁ ବିଶ୍ବାସ କରୁଥିବାର କହିଥିଲେ । ଅଭିବାବକ ମାନେ ଆଗ୍ରହ ପ୍ରକାସ କରିଥିଲେ, ଅନ୍ୟ ସାସ୍ଥ୍ୟ ସେବା ଭଳି ଏହା କିପରି ମାସର ସବୁଦିନ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ମିଳିବ ଜାହା ଫଳରେ ରୋଗୀମାନେ ଆଶ୍ବସ୍ତ ସେବା ପାଇପାରିବେ । ସାତୀ ଗ୍ରାମ ସୁରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରି ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ପରିବାରଙ୍କୁ ଡାକ୍ତର ପରାମର୍ଶ ପାଇଁ ବୁଝାଇବାର କାମ କରିଥିବା ସ୍ଥଳେ,ସେହି ପରିବାରର ଲୋକ ମାନଙ୍କୁ ନେଇ ଫଚାୟତ ସ୍ତରରେ ସହଯୋଗି ଦଳ ଗଠନ କରି ସବୁସମୟରେ କିପର ସେମାନେ ମେଡିସନ ଖାଇବେ ଓ ମୁଖ୍ୟଶ୍ରୋତ ରେ ସାମିଲ ହେବେ ଏହି ପ୍ରକଳ୍ପ ର ମୁଳ ଲକ୍ଷ । କାର୍ଯ୍ୟକରୁଥିବା ୨ ଟି ବ୍ଳକ ରେ ୧୫ ଗୋଟି ସ୍ଵେଚ୍ଛାସେବୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ବେଳେ, ସରକାରଙ୍କ ସ୍ୱାସ୍ଥ୍ୟ ସେବା ସହିତ ସଂଯୋଗ କରନ୍ତି । ଏହି କାର୍ଯ୍ୟକ୍ରମ କୁ ଆର୍ଥିକ ଓ ବୈଶକ ସହଯୋଗ ବି.ଏନ.ଆଇ, ବାଙ୍ଗାଲୋର କରୁଥିବା ବେଳେ, ଜିଲ୍ଲା ମାନସିକ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଓ ସେବା ପ୍ରଦାନ କରିଥାଏ । ଏହି ପ୍ରକଳ୍ପକୁ ପରିଚାଳନା ଓ ସଂଯୋଯନା ସ୍ଵାତିର ଆଲୋକ ସାମନ୍ତରାଏ କରନ୍ତି ।

ad-week
Leave A Reply

Your email address will not be published.