୨୦୨୩ – ନବବର୍ଷ ସକାଶେ ବିଶ୍ୱପିତା ଶିବ ପରମାତ୍ମାଙ୍କ ଦିବ୍ୟ ସନ୍ଦେଶ…

add-all

ବ୍ରହ୍ମପୁର : ଗିରିରୋଡ ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ସେବାକେନ୍ଦ୍ର ତରଫରୁ ନବବର୍ଷ ୨୦୨୩ ଉପଲକ୍ଷେ ସର୍ବ ମନୁଷ୍ୟ ଆତ୍ମାଙ୍କୁ ଚିନ୍ତାମୁକ୍ତ, ବିଘ୍ନ ଓ ସମସ୍ୟାମୁକ୍ତ ଜୀବନଯାପନ ଉଦ୍ଦେଶ୍ୟରେ ବିଶ୍ୱପିତା ପରମାତ୍ମା ଶିବଙ୍କ ଦିବ୍ୟ ସନ୍ଦେଶ ପ୍ରଚାରିତ ହୋଇଅଛି । ସେଥିରେ ଉଲ୍ଲେଖ ରହିଛି “ହେ ମୋର ପ୍ରିୟ ସନ୍ତାନ ! ସାକାର ପୃଥିବୀ ନିବାସୀ ମନୁଷ୍ୟ ଆତ୍ମାଗଣ ! ବର୍ତମାନ ଚାଲୁଥିବା ପ୍ରାୟ ୫୦୦ ବର୍ଷ ଅବଧି ବିଶିଷ୍ଟ ସୃଷ୍ଟି ନାଟକର ଅନ୍ତିମ ସୋପାନର ମହତ୍ୱକୁ ଉପଲବ୍ଧ କରି ନିଜର ସବୁ କିଛି ପରମାତ୍ମାଙ୍କୁ ସମର୍ପଣ କରିବାପୂର୍ବକ ଅଚଳ, ଅଡୋଳ ଓ ନିଶ୍ଚିନ୍ତ ରୁହ । ବର୍ତମାନ ପରିସ୍ଥିତିରେ ଯେପରି ସମସ୍ତଙ୍କ ମନରେ ମାନସିକଚିନ୍ତା, ଦୁଃଖ, ଦ୍ୱନ୍ଦ, ଅଭାବ ତଥା ଅସନ୍ତୁଳନ ରୂପୀ ଆବ୍ୟନ୍ତରିଣ ଯୁଦ୍ଧ ନିତ୍ୟ ପ୍ରତିଦିନ ଘଟି ଚାଲିଛି, ସେହି ପରୀପ୍ରେକ୍ଷୀରେ ବିନାଶୀ କାୟାର ସୁଖ ସୁବିଧାରୁ ନିବୃତ ରହି ନିଜ ଅନ୍ତରାତ୍ମାର ବାସ୍ତବ ପରିଚୟ ପ୍ରାପ୍ତ କର । ତେବେ ହିଁ ଆତ୍ମ ଅନୁଭୂତି ଦ୍ୱାରା ବିଶ୍ୱ ଉନ୍ନତି ସମ୍ଭବପର ହେବ । ଦ୍ୱିତୀୟତଃ ବିଶ୍ୱର ତାପାମାତ୍ରା ଦ୍ରୁତ ଗତିରେ ବୃଦ୍ଧି, ଗୃହଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ସର୍ବୋପରି ତୃତୀୟ ବିଶ୍ୱଯୁଦ୍ଧର ଆସନ୍ନସମୟରେ ସୃଷ୍ଟିର ବୀଜସ୍ୱରୂପ ପରମାତ୍ମାଙ୍କୁ ଧ୍ୟାନ କଲେ ପ୍ରକୃତିକୁ ଶାନ୍ତ କରିହେବ । ଏଣୁ ଆତ୍ମା ଉନ୍ନତି ଏବଂ ପ୍ରଭୁଧ୍ୟାନର ଏକମାତ୍ର ରାସ୍ତା ହେଉଛି – ରାଜଯୋଗର ଅଭ୍ୟାସ । ଗୀତା ବର୍ଣ୍ଣିତ “ମନମନାଭବ, ମଧ୍ୟାଜୀଭବ, ମାମେକମ୍ ସ୍ମରଂ” – ମହା ବାକ୍ୟ ଅନୁସାରେ ଆତ୍ମ ନିଶ୍ଚୟ ଏବଂ ଆତ୍ମ ଅନୁଭୂତିପୂର୍ବକ ପରମପିତା ପରମାତ୍ମାଙ୍କ ସହିତ ବୁଦ୍ଧିର ସଂଯୋଗ ଦ୍ୱାରା ସନ୍ତୁଷ୍ଟତା, ଆନନ୍ଦ, ଶକ୍ତି, ସୁଖ ଓ ଶାନ୍ତି ସମ୍ପନ୍ନ ସତ୍ୟଯୁଗୀ ଦୈବୀସ୍ୱରାଜ୍ୟ ନିଜ ଈଶ୍ୱରୟ ଜନ୍ମସିଦ୍ଧ ଅଧିକାର ରୂପେ ପ୍ରାପ୍ତ କର ।
।। ଓମ୍ ଶାନ୍ତି ।ା

ad-week
Leave A Reply

Your email address will not be published.