ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ନିର୍ବାଚନ…

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ମହାସିଙ୍ଗି ସ୍ଥିତ ପଥପ୍ରାନ୍ତ ସେବାକେନ୍ଦ୍ର ନିକଟରେ ନିଖିଳ ଉତ୍କଳ ଚତୃର୍ଥ ଶ୍ରେଣୀ ସରକାରୀ ସଂଘର ବାର୍ଷିକ ସମ୍ମିଳନୀ ନିର୍ବାଚନ ଅନୁଷ୍ଠିତ ହୋଇଅଛି। ଏହି ସମ୍ମିଳନୀରେ ବାଲିଗୁଡା ଉପଖଣ୍ଡର ୯ଟି ବ୍ଲକ ନୂଆଗାଁ, ତୁମୁଡିବନ୍ଧ, କୋଟଗଡ଼, ବାଲିଗୁଡ଼ାର ଚତୁର୍ଥ ଶ୍ରେଣୀ କର୍ମଚାରୀ ଉପସ୍ଥିତ ରହିଥିଲେ। ଏହି ବାର୍ଷିକ ସମ୍ମିଳନୀରେ ଦୀର୍ଘ ଦିନ ହେବ ଖାଲି ପଡ଼ିଥିବା ବାଲିଗୁଡା ଉପଖଣ୍ଡ ଶାଖାର ସଭାପତି ଭାବେ ନାରାୟଣ ପ୍ରଧାନ ଓ ଅନ୍ତର୍ଯ୍ୟାମୀ ଦଳପତିଙ୍କୁ କୋଷାଧ୍ୟକ୍ଷ୍ୟ ଭାବେ ଚୟନ କରାଯାଇଛି।

ad-week
Leave A Reply

Your email address will not be published.