ବ୍ଲକସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ…

add-all

ଦାରିଙ୍ଗବାଡି,୩୧/୧୨ : ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ବ୍ଲକ ପ୍ରଶାସନ, ସମନ୍ୱିତ ଶିଶୁ ବିକାଶ ଯୋଜନା ଓ ପ୍ରେମ ଅନୁଷ୍ଠାନର ସହଯୋଗରେ ଟାସ୍କ ଫୋର୍ସ ବ୍ଲକ ସ୍ତରୀୟ କମିଟି ପକ୍ଷରୁ ଏକ ବୈଠକ ଆୟୋଜନ କରାଯାଇଛି। ସିଡିପିଓ ଅଞ୍ଜଳି ମହାପାତ୍ରଙ୍କ ଅଧ୍ୟକ୍ଷତା କ୍ରମେ ଦାରିଙ୍ଗବାଡି ବିଡ଼ିଓ ତଥା ଟାସ୍କ ଫୋର୍ସର ଅଧ୍ୟକ୍ଷ ଗଦାଧର ପାତ୍ର, ଏବିଇଓ ସୁବାଶିନୀ ଦିଗାଲ, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ କୃପାସିନ୍ଧୁ ବେହେରା,ମେଡିକାଲ ଅଫିସର ପ୍ରଭୁ ବିଶ୍ଵାଳ, ପୋଲିସ ଅଫିସର ବାମୁଣୀଗାଁ ଅମରେନ୍ଦ୍ର ସୁବୁଦ୍ଧି,ଅର୍ଜୁନ ଶବର, ପ୍ରେମ ଅନୁଷ୍ଠାନର ପ୍ରୋଜେକ୍ଟ ମ୍ୟାନେଜର ସୁଧିର ଦିଗାଲ ପ୍ରମୁଖ ଯୋଗ ଦେଇଥିଲେ। ଶିଶୁ ମାନଙ୍କ ଅଧିକାର, ଯତ୍ନ, ସୁରକ୍ଷା ସହ ବାଲ୍ୟ ବିବାହ ମୁକ୍ତ କରାଯିବା ସହ ଶିଶୁ ଶ୍ରମିକକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଅଞ୍ଚଳରେ ରହିଥିବା ସରପଞ୍ଚଙ୍କ ସମେତ ଅଭିଭାବକ, ବିଭିନ୍ନ ବିଭାଗୀୟ ଅଧିକାର ମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା । ୨୦୧୯ ଠାରୁ ୨୦୨୨ ମଧ୍ୟରେ ଅଞ୍ଚଳର ୨୫ ପଞ୍ଚାୟତରେ ୨୬ ଟି ବାଲ୍ୟ ବିବାହକୁ ରୋକାଯାଇପାରିଛି। ସେହିପରି ୫୧୦ଟି ଗ୍ରାମରୁ ୩୨୫ଟି ଗାଁ ବାଲ୍ୟ ବିବାହ ମୁକ୍ତ ଅଞ୍ଚଳ ହୋଇସାରିଛି। ଏବେ ସମସ୍ତ ପଞ୍ଚାୟତ ସମେତ ବ୍ଲକ ପର୍ଯ୍ୟନ୍ତ ବାଲ୍ୟ ବିବାହ ମୁକ୍ତ ଅଞ୍ଚଳ କରିବାକୁ କ’ଣ ସବୁ ପଦକ୍ଷେପ ନେବା ଆବଶ୍ୟକ ତାହା ବୈଠକରେ ଆଲୋଚନା କରାଯାଇଥିଲା। ଏଥି ପାଇଁ ଅତିଥିଙ୍କ ସମେତ ଉପସ୍ଥିତ ସମସ୍ତେ ଶପଥ ପାଠ କରିଥିଲେ। ସେହିପରି ବାଲ୍ୟ ବିବାହ ରୋକିବା ପାଇଁ ରହିଥିବା ଆଇନ ଓ ଗାଇଡଲାଇନ ସମ୍ପର୍କିତ ଏକ ଓଡ଼ିଆ ପୁସ୍ତିକାକୁ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା।

ad-week
Leave A Reply

Your email address will not be published.