ଯୌନ ଉତ୍ପୀଡନ ଅଭିଯୋଗ, ଗିରଫ ହୋଇପାରନ୍ତି କ୍ରୀଡା ମନ୍ତ୍ରୀ…

add-all

ନୂଆଦିଲ୍ଲୀ: ବନ୍ଧା ହେବେ କ୍ରୀଡା ମନ୍ତ୍ରୀ। ହରିୟାଣାର କ୍ରୀଡା ମନ୍ତ୍ରୀ ସନ୍ଦୀପ ସିଂହଙ୍କ ନାଁରେ ପୁଲିସ ଏଫ୍‌ଆଇଆର୍ ରୁଜୁ କରିଛି। ଜଣେ ଜୁନିଅର ଆଥଲେଟିକ୍ସ କୋଚ୍ ତାଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ।
ଚଣ୍ଡିଗଡ ପୁଲିସରେ ଜୁନିଆର୍ ଆଥଲେଟିକ୍ସ କୋଚ୍ କ୍ରୀଡା ମନ୍ତ୍ରୀ ସନ୍ଦୀପ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଛନ୍ତି। କେବଳ ଯୌନ ଉତ୍ପୀଡନ ନୁହେଁ ଏହାସହ କ୍ରୀଡାମନ୍ତ୍ରୀ ସଂପୃକ୍ତ ମହିଳା କୋଚଙ୍କୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ରହିଛି। ଏହି ଅଭିଯୋଗ ଆସିବା ପରେ ପୁଲିସ ତାଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ମନ୍ତ୍ରୀଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିବା ପରେ ଜୁନିଅର ଆଥଲେଟିକ୍ସ କୋଚ୍ ଜଣଙ୍କ ହରିୟାଣାର ବିରୋଧୀଦଳ ନ୍ୟାସନାଲ ଲୋକଦଳ ବା ଆଇଏନଏଲଡି କାର‌୍ୟ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ନିଜର ସୁରକ୍ଷା ମାଗିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରସିଂ ହୁଡ୍ଡା ବି ଏହି ମାମଲାରେ ନିରପକ୍ଷେ ଯାଞ୍ଚ ପାଇଁ ଦାବି କରିଛନ୍ତି।
ସୂଚନା ଥାଉକି ସନ୍ଦୀପ ସିଂହ ଜଣେ ପେଶାଦାର ହକି ଖେଳାଳି ଓ ସେ ଭାରତୀୟ ହକି ଟିମର କ୍ୟାପଟେନ ଥିଲେ। ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗକୁ ସେ ଅସ୍ୱୀକାର କରିଛନ୍ତି। ଏହାର ସ୍ୱତନ୍ତ୍ର ଯାଞ୍ଚ ପାଇଁ ସେ ଦାବି କରିଛନ୍ତି।

ad-week
Leave A Reply

Your email address will not be published.