ମହଙ୍ଗା ମାଡ଼ରୁ ଆରମ୍ଭ ନୂଆବର୍ଷ, ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦାମ୍…

add-all

ନୂଆଦିଲ୍ଲୀ: ବର୍ଷ ଆରମ୍ଭରୁ ମହଙ୍ଗା ମାଡ଼ । ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦାମ୍। କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦାମ୍ ପୁଣି ଥରେ ବଢ଼ିଛି। ୧୯ କିଲୋଗ୍ରାମ ସିଲିଣ୍ଡର ପିଛା ୨୫ ଟଙ୍କା ଯାଏଁ ଦର ବୃଦ୍ଧି ହୋଇଛି। ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଗ୍ରା ସିଲିଣ୍ଡର ପିଛା ଦାମ୍ ୧୭୨୧ ଟଙ୍କାରେ ପହଞ୍ଚିଛି।

ସେପଟେ ଘରୋଇ ତଥା ୧୫ କିଗ୍ରା ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନହିଁ। ଯଦିଓ ଗତ ବର୍ଷ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪ ଗୁଣ ବୃଦ୍ଧି କରାଯାଇଥିଲା, କିନ୍ତୁ ଜୁଲାଇ ୨୦୨୨ ପରଠାରୁ କୌଣସି ପରିବର୍ତ୍ତନ ହୋଇନାହିଁ।

ad-week
Leave A Reply

Your email address will not be published.