ଦେବାନନ୍ଦ ବିଜେଡି ସାଧାରଣ ସମ୍ପାଦକ, ନିଳମଣୀ ଓଡ଼ିଶା ମୋ ପରିବାର ସମ୍ପାଦକ…

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳର ବରିଷ୍ଠ ଵିଜେଡି ନେତା ଦେବାନନ୍ଦ ମହାପାତ୍ର ଙ୍କୁ ଵିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନୋନୀତ କରିଛନ୍ତି। ସେ ବିଜେଡ଼ି ହିଞ୍ଜିଳିକାଟୁର ଜଣେ ଅନୁଭବୀ ଓ ପ୍ରଭାବଶାଳୀ ସଙ୍ଗଠକ। ଶ୍ରୀ ମହାପାତ୍ର ହିଞ୍ଜିଳିକାଟୁ ପୌରପରିଷଦ ଭାଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଅଛନ୍ତି। ସେହିପରି ହିଞ୍ଜିଳିକାଟୁ ପୌରାଞ୍ଚଳର ଯୁଵ ଵିଜେଡି ନେତା ନୀଳମଣି ପଟ୍ଟନାୟକ ଙ୍କୁ ଵିଜୁ ଜନତା ଦଳର ଓଡ଼ିଶା ମୋ ପରିବାର ସମ୍ପାଦକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନୋନୀତ କରିଛନ୍ତି। ସେ ଆସିକା ସାଂସଦଙ୍କ ରାଜନୈତିକ ସହାୟକ ଭାବେ କାର୍ଯ୍ୟ ତୁଲାଇ ଆସୁଛନ୍ତି। ଉଭୟଙ୍କୁ ହିଞ୍ଜିଳିକାଟୁ ବିଜେଡି ଓ ଵିଭିନ୍ନ ସଙ୍ଗଠନ ସହ ସାଧାରଣ ଲୋକଙ୍କ ପକ୍ଷରୁ ଅଜସ୍ର ଅଭିନନ୍ଦନ ଓ ଶୁଭେଚ୍ଛା ର ସୁଅ ଛୁଟିଛି।

ad-week
Leave A Reply

Your email address will not be published.