୬୩୩ ଭାରତୀୟ ବନ୍ଦୀଙ୍କୁ ପାକିସ୍ତାନ ତୁରନ୍ତ ମୁକ୍ତ କରୁ : ବିଦେଶ ମନ୍ତ୍ରଣାଳୟ…

add-all

ନୂଆଦିଲ୍ଲୀ : ଦଣ୍ଡାଦେଶ ପୂରଣ କରିବା ପରେ ମଧ୍ୟ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ ବିତାଉଥିବା ୨ ନାଗରିକଙ୍କ ସମେତ ୬୩୧ ଜଣ ଭାରତୀୟ ମତ୍ସ୍ୟଜୀବୀ ବନ୍ଦୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ଭାରତ ଦାବି କରିଛି । ସେଠାକାର ଅଦାଲତ ପ୍ରଦାନ କରିଥିବା ଦଣ୍ଡାଦେଶ ପୂରଣ କରି ସାରିଥିବା ଏହି ଭାରତୀୟ ମତ୍ସ୍ୟଜୀବୀ ଏବଂ  ସାଧାରଣ ନାଗରିକଙ୍କ ମୁକ୍ତିକୁ ତ୍ୱରାନ୍ୱିତ କରିବା ପାଇଁ ଭାରତ ପାକିସ୍ତାନକୁ କହିଛି। ସେହିସବୁ ବନ୍ଦୀଙ୍କୁ ଯଥାଶୀଘ୍ର ମୁକ୍ତ କରିବାକୁ ପାକିସ୍ତାନ ନିକଟରେ କେନ୍ଦ୍ର ସରକାର ଦାବି ଉପସ୍ଥାପନ କରିଛନ୍ତି।

ସୂଚନାଯୋଗ୍ୟ ଭାରତ ଏବଂ ପାକିସ୍ତାନ ଜେଲ୍‌ ଗୁଡ଼ିକରେ ବନ୍ଦୀ ଜୀବନ ବିତାଉଥିବା ସାଧାରଣ ନାଗରିକ ଏବଂ ମତ୍ସ୍ୟଜୀବୀଙ୍କର ସୂଚୀ ପରସ୍ପରକୁ ପ୍ରଦାନ କରିଛନ୍ତି। ୨୦୦୮ ରାଜୀନାମା ଅନୁଯାୟୀ ଦୁଇ ଦେଶ ଏହି ସୂଚୀ ପ୍ରଦାନ କରିଥାନ୍ତି । ଜାନୁଆରୀ ଓ  ଜୁଲାଇ ମାସ ପହିଲାରେ ଏହି ତଥ୍ୟ ଆଦାନପ୍ରଦାନ ହୋଇଥାଏ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଭାରତରେ ବନ୍ଦୀ ଜୀବନ କଟାଉଥିବା ୩୩୯ ଜଣ ପାକିସ୍ତାନୀ ଏବଂ ସେ ଦେଶର ୯୫ ଜଣ ମତ୍ସ୍ୟଜୀବୀଙ୍କର ସୂଚୀ ପାକିସ୍ତାନକୁ ପ୍ରଦାନ କରାଯାଇଛି । ସେହିପରି ସେହିଭଳି ପାକିସ୍ତାନ ମଧ୍ୟ ୫୧ ଜଣ ଭାରତୀୟ ଏବଂ ୬୫୪ ଜଣ ମତ୍ସ୍ୟଜୀବୀ ବନ୍ଦୀଙ୍କର ସୂଚୀ ଭାରତକୁ ପ୍ରଦାନ କରିଛି । ଏପରିକି ଭାରତୀୟ ଜେଲ୍‌ରେ ବନ୍ଦୀ ଜୀବନ ବିତାଉଥିବା ୭୧ଜଣଙ୍କର ପାକିସ୍ତାନୀ ନାଗରୀକତ୍ୱ ନେଇ ତଥ୍ୟ ପ୍ରଦାନ କରିବାକୁ ଭାରତ ପାକିସ୍ତାନକୁ କହିଛି । ଯାହାଫଳରେ ସେମାନଙ୍କର ମୁକ୍ତି ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମାନବିକତା ଦୃଷ୍ଟିକୋଣରୁ ଏଭଳି ପଦକ୍ଷେପ ପାଇଁ ଦେଶର ପ୍ରତିବଦ୍ଧତାକୁ ଦୋହରାଇଛି ।

ad-week
Leave A Reply

Your email address will not be published.